csstore

କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚାରପାଣି ଦଳ ଚାମ୍ପିୟାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ପଂଚାୟତ ଚାରପାଣି ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆୟୋଜକ ଏମ୍‌ବିସିସିଙ୍କ ଦ୍ୱାରା ଆୟୋଜିତ ଏହି କ୍ରିକେଟ ଖେଳରେ ସମୁଦାୟ ୧୬ ଗୋଟି ଦଳ ଭାଗ ନେଇଥିଲେ । ଆୟୋଜିତ ଫାଇନାଲ୍ ଖେଳରେ ନୂଆପଡା ଜିଲ୍ଲା କୋଟେନମୁଣ୍ଡା ଦଳ ପ୍ରଥମେ ବ୍ୟାଟିଂ କରି ୮୮ରନ ସଂଗ୍ରହ କରିଥିଲେ ଜବାବରେ ଚାରପାଣି ଦଳ ୪ ଉଇକେଟ ବିନିମୟରେ ୮୯ରନ ସଂଗ୍ରହ କରି ଚାମ୍ପିୟାନ ହୋଇଛନ୍ତି । ଚାମ୍ପିୟାନ ଦଳକୁ ଟ୍ରଫି ସହ ୧୫ ହଜାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ଏବଂ ରନର୍ସ ଅପ ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଷୀ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ତୁଳସୀରାମ ଜଗତ, ଗୋଳକ ବିହାରୀ ନାଗ, ସମିତି ସଭ୍ୟ ରବି ଟାକରି, ପ୍ରଭାତ ନାଗ ଏବଂ ପ୍ରଶାନ୍ତ ବେହେରା, ବିଶେଷ ସହଯୋଗ କରଥିଲେ ଏବଂ ହେମନ୍ତ ନିଆଲ, ଜ୍ଞାନ ନିଆଲ, ଶିବା ନାଗ, ରୁଦ୍ର ହରପାଳ, ପ୍ରକାଶ ବଚ୍ଛା ପ୍ରମୁଖଙ୍କ ସମେତ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.