oom

ଟିଟିଲାଗଡ଼ ରୋୟାଲ ଏନ୍‌ଫିଲ୍ଡ ସୋ’ରୁମରେ ନୂତନ ମଡେଲ ବାଇକ ଲୋକାର୍ପଣ କଲେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରୟାଲ ଏନ୍‌ଫିଲ୍ଡର ନୂତନ ବୁଲେଟ ହଣ୍ଟର ୩୫୦ ଲଣ୍ଡନ ରେଡ ଓ ରିଓ ହ୍ୱାଇଟ୍‌ ବଜାରକୁ ଆସିଛି । ଦେଶର ବଡ ବଡ ରୟାଲ ଏନ୍‌ଫିଲ୍ଡ ସୋ’ରୁମ ମାନଙ୍କରେ ଏହି ନୂତନ ବୁଲେଟ ଗ୍ରାହକଙ୍କ ପାଇଁ ବଜାରକୁ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ରୟାଲ ଏନ୍‌ଫିଲ୍ଡ ସୋ’ରୁମର ମାଲିକ ଧୀରଜ ସାହୁଙ୍କ ସୋ’ରୁମ୍‌ରେ ଶନିବାର ସନ୍ଧ୍ୟାରେ ଏହି ଦୁଇ ବୁଲେଟର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ସମ୍ମାନିତ ଅତିଥି ଭାବେ ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ ପୁଷ୍ପାମଞ୍ଜରୀ ଜାଲ, ମାତୃ ଶିଶୁ ହସ୍ପିଟାଲର ଡ. ଓଁକାର ହୋତା, ଜିଲ୍ଲା ପରିଷଦ ଶ୍ରୀମତୀ ଗୀତା ବିଶି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଅମ୍ଳାନ ଷଡ଼ଙ୍ଗୀ, ଖୋଲାନ୍ ସରପଞ୍ଚ ନରେଶ ଅଗ୍ରୱାଲ, ବଜାଜ ସୋ’ରୁମର ମାଲିକ କୈଳାସ ସାହୁ ଏବଂ ସହରର ଅନ୍ୟାନ୍ୟ ପ୍ରତିଷ୍ଠିତ ବ୍ୟକ୍ତି ଏହି ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.