ଟ୍ରକକୁ ପିଟିଲା ସ୍କର୍ପିଓ : ୩ ମୃତ, ୩ ଗୁରୁତର

ବଡ଼ବିଲ : ରୁଗୁଡ଼ି ଥାନା ଏନ୍‌ଏଚ୍ ୫୨୦ ବାରବାଙ୍କ ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଏକ ଟ୍ରକର ପଛପଟୁ ସ୍କର୍ପିଓ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ଭଦ୍ରାସାହି ବିଜୁ ହଟିଂର ଅର୍ଜ୍ଜନ ମୁଣ୍ଡା, ରାଞ୍ଚି ମୁଣ୍ଡା, ଜୁରିଆ ମୁଣ୍ଡା ବୋଲି ଜଣାପଡିଛି । ରୁଗୁଡ଼ି ସୂଚନା ଅନୁସାରେ ଥାନା ଅଧୀନ ଏନ୍‌ଏଚ୍ ୫୨୦ ବାରବାଙ୍କ ଘାଟି ରାସ୍ତାରେ ଏକ ଟ୍ରକ ଛିଡା ହୋଇ ରହିଥିଲା । ଏହି ସମୟରେ ଏକ ସ୍କର୍ପିଓ ଦୃତ ଗତିରେ ଆସି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ଗୁରୁତରଙ୍କ ମଧ୍ୟରେ ଜଣେ ଶିଶୁ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

seventeen − 8 =