ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଖଲ୍ଲିକୋଟ : ସ୍ଥାନୀୟ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ଏକ ଟ୍ରକ ଧକ୍କାରେ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଗୁରାପଲ୍ଲୀ ଗ୍ରାମର ଘନ ପାତ୍ର ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଖଲ୍ଲିକୋଟରୁ ନିଜ ଗ୍ରାମ ଗୁରାପଲ୍ଲୀକୁ ବୁଧବାର ସନ୍ଧ୍ୟାରେ ଘନ ସ୍କୁଟି ଯୋଗେ ଫେରୁଥିବା ବେଳେ ସ୍ଥାନୀୟ ମର୍ଦ୍ଦରାଜ ଶିଶୁ ଉଦ୍ୟାନ ନିକଟରେ ପଛପଟୁ ଏକ ମାଲ ବୋଝେଇ ଟ୍ରକ (ନଂ ଡବ୍ଲ୍ୟୁ ବି ୨୩ ସି ୫୫୮୧ ) ଧକ୍କା ଦେଇଥିଲା । ଫଳରେ ଗୁରୁତର ଆହତ ଅବସ୍ଥାରେ ଘନଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

1 + 2 =