ପ୍ରଥମ ପର୍ଯ୍ୟାୟରେ ସୋନପୁର ମୁନିସିପାଲିଟି ୪ଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୦୮/୦୬/୨୧ ଓ ତା ୦୯/୦୬/୨୧ରେ ସୋନପୁର ମୁନିସିପାଲିଟିର ୪ଗୋଟି ସ୍ଥାନରେ ବ୍ୟବସ୍ଥିତ ୭ଟି ଟୀକାକରଣ କେନ୍ଦ୍ର ଯଥା -ସଂସ୍କୃତି ଭବନ, (୨ଟି କେନ୍ଦ୍ର ), ମଙ୍ଗଳା ବଜାର ନିକଟସ୍ଥ ମହିଳା ମହାବିଦ୍ୟାଳୟ, (୨ଟି କେନ୍ଦ୍ର), ସରକାରୀ ମହାବିଦ୍ୟାଳୟ, ସୋନପୁର (୨ଟି କେନ୍ଦ୍ର )ଓ ମାରୱାଡି ଧର୍ମଶାଳା-ଭଗବତୀପ୍ଲଟ, ସୋନପୁର, (ଗୋଟିଏ କେନ୍ଦ୍ର)ରେ କେବଳ ପଂଜିକୃତ କରି ନିଯୁକ୍ତି ଚିଠା ପାଇଥିବା ୧୮ରୁ ୪୪ ବର୍ଷର ହିତାଧିକାରୀଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯିବ । ଉକ୍ତ ଦିନ ଗୁଡିକରେ ପ୍ରଥମ ଡୋଜ ଟୀକାକରଣ ପାଇଁ ଯୋଗ୍ୟ ପଂଜିକୃତ ହିତାଧିକାରୀ ନିଜର ନିଯୁକ୍ତି ଚିଠା (ମୋବାଇଲ ମେସେଜ/ଚିଠାର ହାର୍ଡ କପି) ପଞ୍ଜିକରଣ ସମୟରେ ବ୍ୟବହୃତ ପରିଚୟ ପତ୍ର, ସାଙ୍ଗରେ ଆଣି ସୂଚିତ ନିର୍ଦ୍ଧାରିତ ସମୟରେ ଉଦ୍ଧିଷ୍ଟ ଟୀକାକରଣ କେନ୍ଦ୍ରକୁ ପହଂଚି ଟୀକା ଗ୍ରହଣ କରିବେ । ବିନା କୌଣସି ସୂଚନାରେ ଟୀକାକେନ୍ଦ୍ରକୁ ଯାଇ ହଇରାଣ ନ ହେବା କିମ୍ବା କେନ୍ଦ୍ରରେ ଅଯଥାରେ ଭିଡ଼ ନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅନୁରୋଧ କରାଯିବା ସହ ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ପରାମର୍ଶ ଦିଆଯାଉଛି । ଏହି ଟୀକାକରଣ ସକାଳ ୦୯ରୁ ସନ୍ଧ୍ୟା ୦୫ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିବ । ପୁନଶ୍ଚ ଟୀକାନେବା ନିମନ୍ତେ ୧୮ରୁ ୪୪ ବର୍ଷ ପାଇଁ ଯେଉଁମାନେ ଅନଲାଇନରେ ରେଜିଷ୍ଟ୍ରସନ କରାଇ ନାହାନ୍ତି ସେମାନେ ନିଶ୍ଚିତ ଭାବେ ପୂର୍ବରୁ ପଞ୍ଜିକରଣ କରାଇ ସ୍ଲଟ ଅନୁସୂଚିତ କରାଇନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.

13 + five =