ପାଟଣାଗଡ଼ ସାଂସ୍କୃତିକ ପରିଷଦ ତରଫରୁ ମୌସୁମୀ କବିତା ଆସର

ପାଟଣାଗଡ଼, (ଗୋରେଖନାଥ ବରିହା) : ମୌସୁମୀର ଆଦ୍ୟ ଆଗମନକୁ ସ୍ୱାଗତ ଜଣାଇ ସାଂସ୍କୃତିକ ପରିଷଦ ପାଟଣାଗଡ଼ ତରଫରୁ ଏକ ଭର୍‌ଚୁଆଲ୍‌ କବିତା ଆସର ଆଜି ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଂପାଦକ ଦିଲିପ କୁମାର ମିଶ୍ର ତଥା ସଭ୍ୟ ଆଶିଷ ଚନ୍ଦନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉକ୍ତ କବିତା ପାଠୋତ୍ସବରେ ୩୦ ଜଣ କବି ନିଜ ନିଜର କବିତା ଆବୃତ୍ତି କରିଥିଲେ । ପରିଚାଳନା କରିଥିଲେ ଆଶିଷ କୁମାର ଚନ୍ଦନ । ସାଂସ୍କୃତିକ ପରିଷଦର ସଭାପତି ଅରୁଣ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ କବିମାନଙ୍କ ମଧ୍ୟରେ ଅଂଶଗ୍ରହଣ କରିଥିଲେ ଗଜାନନ ମିଶ୍ର, ଉମାକାନ୍ତ ରାଉତ, ଭିକାରୀ ମିଶ୍ର, ସଂଯୁକ୍ତା ପରିଚ୍ଛା, ସବିତା ଭୋଇ ତଥା ଆହୁରି ଅନେକ କବି । ତେବେ ଆସନ୍ତା ରଜ ପର୍ବ ଅବସରରେ ଆଉ ଏକ କବିତା ପାଠୋତ୍ସବର ଆୟୋଜନ କରାଯିବ ବୋଲି ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.

five × 5 =