pakka

ଚୈତନ୍ୟ ଠାକୁରାଣୀ ମା’ଙ୍କ ମନ୍ଦିରରେ ଚାଲିଥିବା ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ନେତ୍ତୃବର୍ଗଙ୍କ ଯୋଗଦାନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ସ୍ଥାନୀୟ କର୍ପୋରେଟର ପ୍ରମୁଖ ନେତ୍ତୃବର୍ଗଙ୍କ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଵିଭୂ-କୃପା ଲାଭ କରିଛନ୍ତି । ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଖୋଡାସିଙ୍ଗି ଗ୍ରାମରେ ଶ୍ରୀ ଶ୍ରୀ ଚୈତନ୍ୟ ଠାକୁରାଣୀ ମା’ଙ୍କ ମନ୍ଦିର ତରଫରୁ ଆୟୋଜିତ ‘ଭଜଗୋବିନ୍ଦ ନାମ ସଂକୀର୍ତ୍ତନ’ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଭକ୍ତ ତଥା ସଂକୀର୍ତ୍ତନ ମଣ୍ଡଳୀ କର୍ତ୍ତାମାନଙ୍କ ଗହଣରେ ଭାବବିନିମୟ ପ୍ରଦର୍ଶନ କରିଛନ୍ତି । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜକ କମିଟୀ ସଦସ୍ୟଗଣ, ଭକ୍ତ ଏବଂ ସ୍ଥାନୀୟ ବିଜେଡ଼ି ନେତୃବୃନ୍ଦ, କର୍ମୀ ତଥା ଗ୍ରାମବାସିନ୍ଦା ଖୁସିବ୍ୟକ୍ତ କରିଥିଲେ । ଏହା ସତ୍ତ୍ୱେ ଆଧ୍ୟାତ୍ମିକ ଚେତନାର ଉପାଦେୟତା ବିଷୟରେ ନେତ୍ତୃବର୍ଗ ନିଜସ୍ଵ ଭାବର ପରିପ୍ରକାଶ କରିଥିଲେ । ସର୍ବୋପରି ନେତ୍ତୃବର୍ଗଗଣ ଗ୍ରାମର ମୌଳିକ ସମସ୍ୟା, ସମାଧାନ ପନ୍ଥା ତଥା ବିକାଶ ଜନିତ ପ୍ରସ୍ତାବ ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

five × three =