pakka

ବଲାଙ୍ଗିର ପାଇଁ ଖୁସି ଖବର : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତିକରଣ ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ୧୯୯୫.୪୯ ଲକ୍ଷ ଟଙ୍କାରେ ଆୟୁର୍ବେଦିକ କଲେଜ, ୫ଟି ସମ୍ପ୍ରଦାୟ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ୫୪୩୪.୨୯ ଲକ୍ଷ, ୯ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ନିର୍ମାଣ ପାଇଁ ୧୨୩୮.୨୬ ଲକ୍ଷ, ୪୩ଟି ସ୍ୱାସ୍ଥ୍ୟ ଏବଂ ୱେଲ୍‌ନେସ୍‌ କେନ୍ଦ୍ର ପାଇଁ ୨୦୨୧.୯୫ ଲକ୍ଷ, ଗୋଟିଏ ଏକିକୃତ ଜନସ୍ୱାସ୍ଥ୍ୟ ଲାବୋରେଟୋରୀ ପାଇଁ ୧୯୮.୩୩ ଲକ୍ଷ ଏବଂ ବ୍ଲଡ୍‌ ବ୍ୟାଙ୍କ ପାଇଁ ୧୭୬ ଲକ୍ଷ ଟଙ୍କାର ସମୁଦାୟ ୧୧୦ କୋଟି ୬୪ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଉପଲକ୍ଷେ ପ୍ରବାସୀ ଓଡିଆଙ୍କ ନିମନ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଏକ ନୂଆ ଦେୟ ମୁକ୍ତ ନମ୍ବର ୧୮୦୦୧୨୦୧୨୦୧୦୪ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହୋଇଛି । ଏହା ଫଳରେ ପ୍ରବାସୀ ଓଡିଆ ବିଭିନ୍ନ ପ୍ରକାର ସୁବିଧା ପାଇ ପାରିବେ । ସମ୍ପ୍ରତି ବର୍ଷକୁ ୯୬ଲକ୍ଷରୁ ଅଧିକ ପରିବାର ଏବଂ ମାସକୁ ଏକଲକ୍ଷରୁ ଅଧିକ ରୋଗୀ ଏହି ଯୋଜନା ମାଧ୍ୟମରେ ଉପକୃତ ହେଉଛନ୍ତି ବୋଲି ସୂଚନାରେ କୁହାଯାଇଛି । ବଲାଙ୍ଗିର ଅସ୍ୱାନ କକ୍ଷରେ ଜିଲ୍ଲାପାଳ ଚଂଚଳ ରାଣା, ଜିଲ୍ଲାପରିଷଦ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ, ଜିଲ୍ଲା ଉପମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଦିବ୍ୟକିଶୋର ପତି, ଡାକ୍ତର ତୁଷାରକାନ୍ତ ଠାକୁର, କାର୍ଯ୍ୟକାରୀ ଯନ୍ତ୍ରୀ ଏନ୍‌.କେ.ଘଡେଇ, ଅତିରିକ୍ତ କାର୍ଯ୍ୟକାରୀ ଯନ୍ତ୍ରୀ ଅନାଦି ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twenty + eighteen =