pakka

୮୨ତମ ବୃନ୍ଦାବନ ବିହାରୀ ଦାଶଙ୍କ ଜନ୍ମ ଜୟନ୍ତୀ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀ ତରଫରୁ କାଳଜୟୀ ପ୍ରତିଭା ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ଜନ୍ମ ଜୟନ୍ତୀ ସଭାପତି ରକ୍ଷାକରି ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଗୀତାଞ୍ଜଳି, ଦିପ୍ତି, ରାଖି, ଜୟଶ୍ରୀ ସଙ୍ଗୀତ ଗାନ କରିଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ଵଳନ ହୋଇଥିଲା । କରମଚାନ୍ଦ ମଲ୍ଲିକଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ବରପାଲି ତହସିଲଦାର ରୁକ୍ମଣ କୁମାର ମେହେର, ସମ୍ମାନିତ ଅତିଥି ଭାବେ ପାର୍ବତୀଗିରି ମହିଳା ମହାିଦ୍ୟାଳୟ ଅବସର ପ୍ରାପ୍ତ ଅଧ୍ୟକ୍ଷ ପ୍ରଦୀପ ହୋତା, ମୁଖ୍ୟବକ୍ତା ଭାବେ ପଞ୍ଚ।ୟତ ମହାବିଦ୍ୟାଳୟ ବରଗଡର ଓଡ଼ିଆ ଅଧ୍ୟାପକ ଶେଷନ ବିଶି ଯୋଗ ଦେଇଥିଲେ । ଏ ଅବସରରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ, ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା, ଯୁକ୍ତଦୁଇ ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମେହେର ଯୋଗ ଦେଇଥିଲେ । ରସାନନ୍ଦ ଥପା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବିବରଣୀ ପଠନ କରିଥିଲେ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ । ଏ ଅବସରରେ ଉତ୍ପନ୍ନ କୁମାର ଭୋଇ, (ଭାଷା ସାହିତ୍ୟ ପ୍ରଚାରକ) ଓ ଡ.ଶଙ୍କର ରାମଚନ୍ଦାନିଙ୍କୁ (ବୁର୍ଲା ସହକାରୀ ପ୍ରଫେସର) ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି ସମ୍ମାନ ୨୦୨୩ ଦିଆଯାଇଥିଲା । ବରପାଲି ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉଚ୍ଚ ବିଦ୍ୟାଳୟର ଛାତ୍ର ତିଳକ ହୋତା ଓ ପ୍ରୀତିଶ ଚନ୍ଦନ ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ରଞ୍ଜିତା ବାରିକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଯୁକ୍ତତିନି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବର୍ଷା ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ପରେ ସହସମ୍ପାଦକ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ । ସ୍ମୃତି କମିଟୀର ସମସ୍ତ ସଦସ୍ୟ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏଥିରେ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

three × 3 =