pakka

ଚୁଡାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୂଆ-ଓ କାର୍ଯ୍ୟକ୍ରମରେ ନରସିଂହ

bbehera
  • ରାଜତନ୍ତ୍ର ହିଁ ଅଂଚଳର ଶିକ୍ଷା ଓ ସାଂସ୍କୃତିକ ଅଧପତନର କାରଣ ଥିଲା : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶହ ଶହ ବର୍ଷ ପୂର୍ବରୁ ଏହି ଅଂଚଳରେ ଗଣତନ୍ତ୍ର ଥିଲା । ଲୋକେ ସେ ସମୟରେ ମଧ୍ୟ ନିଜ ପ୍ରତିନିଧି ବାଛୁଥିଲେ । ଏପରି କି ଦରକାର ପଡିଲେ ସେମାନେ ଭୋଟ ମାଧ୍ୟମରେ ପ୍ରତିନିଧିଙ୍କୁ ଗାଦିଚ୍ୟୁତ ମଧ୍ୟ କରିଥିଲେ । କିନ୍ତୁ ଦୁଃଖର ବିଷୟ ଯେତେ ବେଳେ ଏହି ଅଂଚଳରେ ରାଜତନ୍ତ୍ରର ପ୍ରତିଷ୍ଠା ହେଲା ଅଂଚଳର ଶିକ୍ଷା ଓ ସାଂସ୍କୃତିକ ଅଧପତନ ସେ ଦିନଠାରୁ ଆରମ୍ଭ ହେଲା କାରଣ ଶିକ୍ଷା ଓ ଅଂଚଳର ସାଂସ୍କୃତିକ ବିକାଶ ରାଜତନ୍ତ୍ର ପାଇଁ ବିପଦ ହୋଇପାରେ ବୋଲି ସେ ସମୟରେ ଶାସକମାନଙ୍କ ମତ ଥିଲା । ତେଣୁ ରାଜତନ୍ତ୍ର ପ୍ରତିଷ୍ଠା ହିଁ ଅଂଚଳର ଶିକ୍ଷା ଓ ସଂସ୍କୃତି ଅଧଃପତନର ପ୍ରମୁଖ କାରଣ ଥିଲା ବୋଲି ଆଜି ଚୁଡାପାଲି ସ୍ଥିତ ଉଚ୍ଚ ମାଧ୍ୟମିକ (ଏସ୍‌ଏସ୍‌ଡି) ବିଦ୍ୟାଳୟରେ ସରକାରଙ୍କ ଦ୍ୱାରା ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବିଦ୍ୟାଳୟ ଦ୍ୱାରା ଆୟୋଜିତ କଲଚରାଲ ଫେଷ୍ଟରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସ୍କୁଲରେ ଅନେକ ସମସ୍ୟା ଅଛି । ଖେଳ ପଡିଆର ଅଭାବ ସବୁବେଳେ ରହିଛି । ଶିକ୍ଷା କଥା କହିଲେ ନ ସରେ ଏଠାକାର ବିଜ୍ଞାନ ବିଭାଗରେ ଲେବ୍ରୋଟେରୀ ଅସିଷ୍ଟାଣ୍ଟ ପଦବୀ ନାହିଁ ତେବେ ବିଜ୍ଞାନ ବିଭାଗରେ ଛାତ୍ରଛାତ୍ରୀ ବିନା ଲେବ୍ରୋଟେରୀ ଅସିଷ୍ଟାଣ୍ଟରେ ପାଠ ପଢିବେ କେମିତି । ଏ ସବୁ କଥା ସରକାର ବୁଝିବା ଦରକାର । ଛାତ୍ରଛାତ୍ରୀ ଅଭିଭାବକ ଏହା ବି ଜାଣିବା ଦରକାର ଯେ, ପାଂଚ ବର୍ଷରେ ଥରେ ସରକାରୀ ଅନୁଦାନରେ କିଛି ଟା ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ କଲେ ବିଦ୍ୟାଳୟର ମୂଳ ଉଦ୍ୱେଶ ସାଧିତ ହୁଏ ନାହିଁ । ପାଠ ପଢିବା ପାଇଁ ଦରକାର ଥିବା ଉତ୍ତମ ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ପଦବୀ ନିହାତି ପୁରଣ ହେବା ଦରକାର । କାରଣ ଶିକ୍ଷା ହିଁ ସମାଜର ଅର୍ଥନୈତିକ ବିକାଶ କରିଥାଏ ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସାଗରିକା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ରପୁର ଏସ୍‌ଏସ୍‌ଡି ବିଦ୍ୟାଳୟର ଅଧ୍ୟକ୍ଷ ସୁଲୟ ମେହେର, ଚୁଡାପାଲିର ପ୍ରଧାନ ଶିକ୍ଷକ କୁଶଲେଶ୍ୱର ମିଶ୍ର ଏବଂ ସ୍ଥାନୀୟ ସମାଜସେବୀ ଲୋକନାଥ କୁମୁରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମର ସଭାପତିତ୍ୱ କରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେକ ବିଶ୍ୱାଲ । ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ହାତରୁ ପୁରସ୍କାର ବିତରଣ କରାଯାଇଥିଲା । ଏ ସମସ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଆର୍ତ୍ତତ୍ରାଣ ଗଡତିଆ, ସୁନିତା ନାୟକ, ଦିପ୍ତିମୟୀ ରଥ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁଜାତା ମିଶ୍ର, କିଶୋର କୁମ୍ଭାର, ଆଶିଷ ଦାଶ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

12 − twelve =