p purohi

ରୋୟାଲ୍ ଡେନ୍ସ ଏକାଡେମୀର ଆନୁଷ୍ଠାନିକ ଉଦ୍‌ଘାଟନୀ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ରିକାପଲ୍ଲୀ କଳ୍ପବାସିନୀ ନଗରରେ ନୂତନ କରି ରୋୟାଲ୍ ଡେନ୍ସ ଏକାଡେମୀର ଆନୁଷ୍ଠାନିକ ଉଦ୍‌ଘାଟନୀ ହୋଇଯାଇଛି । ଆନୁଷ୍ଠାନିକ ଉଦ୍‌ଘାଟନୀ ସାମାରୋହରେ ମୁଖ୍ୟଅତିଥୀ ଭାବେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଉମାଶଙ୍କର ଦାଶ, ଅନ୍ୟ ବରିଷ୍ଠ ଅଧିକାରୀ ବିଶ୍ୱ ରଞ୍ଜନ ସେନାପତି, ସଂଗ୍ରାମ କେଶରୀ ଚୌଧୁରୀ, ଅବସରପ୍ରାପ୍ତ ଆର ଆଇ ଏସ୍.ରାମ ପ୍ରସାଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଉତ୍ତୋତର ଉନ୍ନତି କାମନା କରିଥିଲେ । ଏହି ଅନୁଷ୍ଠାନ ଓଡିଶୀ, ସମ୍ବଲପୁରୀ ନୃତ୍ୟ ଶିକ୍ଷାଦାନ ସାଙ୍ଗକୁ ଗଞ୍ଜାମ ଲୋକକଳାକୁ ଉଜୀବିତ କରାଇ ଲୋକକଳାର ମାଧୂର୍ଯ୍ୟ ବଢ଼ାଇବା ନିମନ୍ତେ ଲକ୍ଷ୍ୟ ରଖିଛି । ଏପରିକି ଏହି ଅନୁଷ୍ଠାନରେ ଆଧୁନିକ କଳା ହିପ୍-ହପ୍‌, ଫ୍ରି-ଷ୍ଟାଇଲ, ଜୁମ୍ବା, ବଲିଉଡ୍, ଟଲିଉଡ୍ ତଥା ମର୍ଡେନ ଡ୍ୟାନ୍ସ ଶିକ୍ଷା ଦିଆଯିବା ନିମନ୍ତେ ଉଦ୍ୟମ ଆରମ୍ଭ କରିଛି । ଏହାର ପ୍ରଚାର-ପ୍ରସାର ଜାରୀ ରହିବ ଏବଂ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଜୀବନ ଉଜ୍ଜ୍ୱଳ ଦିଗରେ ଦୃଷ୍ଟି ଦିଆଯିବ ବୋଲି ଅନୁଷ୍ଠାନର ମୁଖ୍ୟ ତଥା କୋରିଓଗ୍ରାଫର ଟି.ସୁରେଶ ରାଓ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠାନ ସମ୍ପାଦକ ରାମ ମୋହନ ସାହୁ, ପରିଚାଳକ ଦେବରାଜ୍ ପ୍ରଧାନ, ସହକାରୀ କୋରିଓଗ୍ରାଫର ନୀଳାଚଳ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.