pakka

ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ପିସି ଏବଂ ପିଏନ୍‌ଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

bbehera

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପିସି ଏବଂ ପିଏନ୍‌ଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଡ଼ିଏମ୍‌ଓ କଳାହାଣ୍ଡି ଡ. ସୁଚେତା ପାଣି ଜିଲ୍ଲାରେ ପୂର୍ବ ଗର୍ଭଧାରଣ ଓ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ଓ ସ୍ଵୀକୃତି ଦେଇଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ । କଳାହାଣ୍ଡି ଜିଲ୍ଲାରେ ସରକାରୀ ସ୍ତରରେ ୪ ଟି ଭବାନୀପାଟଣା ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, କେସିଙ୍ଗା ଓ ଏମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଘରୋଇ କ୍ଷେତ୍ରରେ ଭବାନୀପାଟଣାରେ ୯ଟି, ଧର୍ମଗଡରେ ୫ଟି, କେସିଙ୍ଗାରେ ୨ଟି, ଜୁନାଗଡରେ ୩ଟି, ନର୍ଲାରେ ୧ଟି ଏବଂ ଲାଞ୍ଜିଗଡରେ ୧ଟି ଅଲଟ୍ରା ସାଉଣ୍ଡ ଡାକ୍ତର ସହ ଚାଲୁଅଛି । ଜିଲ୍ଲାପାଳ ଗୃହରେ ଶିଶୁ କନ୍ୟାର ହ୍ରାସ ଓ ଲିଙ୍ଗଗତ ଅସମାନତାକୁ ଦୂର କରିବାକୁ ହେଲେ ଭ୍ରୁଣ ହତ୍ୟା ଭଳି ଜଘନ୍ୟ ଅପରାଧ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ବିରୋଧରେ ପଦକ୍ଷେପ ନେବାକୁ ସିଡିଏମ୍‌ଓଙ୍କୁ କହିଥିଲେ । ଯେହେତୁ ଶିଶୁ କନ୍ୟାର ହ୍ରାସର ଏକ ପ୍ରମୁଖ କାରଣ ମା’ ଗର୍ଭରେ ଥିବା ଭ୍ରୁଣକୁ ନଷ୍ଟ କରିବା ଏବଂ ଏଥିପାଇଁ ବେଆଇନ ଲିଙ୍ଗ ନିରୂପଣ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍‌କୁ ଅଭିନବ ଉପାୟରେ, କୌଶଳରେ ଅଚାନକ ଚଢ଼ାଉ ଏବଂ ଧରିବା ପାଇଁ ପଦକ୍ଷେପ ନେବାକୁ ଚଢାଉ ଟିମ୍‌ର ସଦସ୍ୟଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସଚେତନତା ସୃଷ୍ଟି କରିବା, ବେଆଇନ ଲିଙ୍ଗ ନିରୂପଣ ବିଷୟରେ ଖବର ଦେବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବାକୁ ସିଡିଏମ୍‌ଓଙ୍କୁ କହିଥିଲେ । ବୈଠକରେ ଏଡିଏମ୍‌ଓ ଡା ରଞ୍ଜନ ମିତ୍ର, ଶିଶୁ ରୋଗ ବିଶେଷଜ୍ଞ ଡା ବିଜୟ କମ୍ପ, ଡିପିଏଚ୍‌ସି ଓ ଭାରତୀ ବ୍ରହ୍ମା, ଡିଆଇପିଆର୍‌ଓ ମନୋଜ ବେହେରାଙ୍କ ସମେତ ଦାପ୍ତା, ସେବାଜଗତ, ଜନ ସାହାଯ୍ୟ ସ୍ୱେଛାସେବୀ ଅନୁଷ୍ଠାନର ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eighteen − 10 =