ବରପାଲି ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କୁ ଥଇଥାନ ନକଲେ ଜୋରଦାର ଆନ୍ଦୋଳନ ହେବ : ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପଧାନ) : ବରପାଲି ଏନଏସି ଅଧୀନରେ ଥିବା ୱାର୍ଡ ନଂ ୩ ଜଗନ୍ନାଥ ନଗର ବସ୍ତି ବାସିନ୍ଦାଙ୍କ ଘରକୁ ଜବର ଦଖଲ ନାମରେ ଉଚ୍ଛେଦ କରିବାକୁ ଆମ୍ ଆଦମୀ ପାର୍ଟି ନିନ୍ଦା କରିଛି । ରାଜ୍ୟ ସରକାରଙ୍କ ‘ଜାଗା ମିଶନ’ ଯୋଜନାରେ ସମସ୍ତଙ୍କୁ ପ୍ରମାଣ ପତ୍ର ମିଳିଥିବା ବେଳେ ଥଇଥାନ ନକରି କିପରି ଉଛେଦ କରାଗଲା ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ଭୂମିହୀନଙ୍କ ଉପରେ ଅତ୍ୟାଚାର ହେଲା ବେଲେ ବିଜେଡି ଓ ବିଜେପି ମୁକସାକ୍ଷୀ ସାଜିଥିବା କହିଛନ୍ତି ଶ୍ରୀ ସାହୁ । ବେଆଇନ ଭାବେ ଘର ଭାଙ୍ଗି ଥିବାରୁ ଶିଶୁ ଓ ମହିଳା ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି, ଏହାକୁ ନେଇ ମାନବ ଅଧିକାର ଉଲଂଘନ ହୋଇଥିବା କହିଛନ୍ତି ଆପ୍ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର । ପ୍ରଶାସନ ତୁରନ୍ତ ପଦକ୍ଷେପ ଜମି ପଟ୍ଟା, ପକ୍କା ଘର ପ୍ରଦାନ କରୁ ନହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.

4 × 5 =

error: Content is protected !!