ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡକ୍ରସ ତରଫରୁ ମାସ୍କ ଓ ସାବୁନ ବଣ୍ଟନ

ବଲାଙ୍ଗୀର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ତରଫରୁ ଶିକ୍ଷାର୍ଥୀମାନଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲ ଓ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବରେ ଡେଙ୍ଗ ସରପ ଜେମାମଣୀ ମଲ୍ଲିକ, ସଇଁନ୍ତଲା ସରପ ଭିମସେନ ସ୍ୱାଇଁ ଯୋଗ ଦେଇଥିଲେ । ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା, ବାରମ୍ବାର ହାତକୁ ସାବୁନ କିମ୍ବା ସାନିଟାଇଜରରେ ଧୋଇବା ନିୟମ ଗୁଡିକ ପାଳନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । ଜୁନିୟର ରେଡକ୍ରସ ତରଫରୁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା । ପ୍ରକାଶ ଥାଉ କି ଦୀର୍ଘ ୮ ମାସରୁ ଉଦ୍ଧ୍ୱର୍ ହେବ କରୋନା ଭୁତାଣୁ ସଂକ୍ରମଣରୁ ବିଦ୍ୟାଳୟ ଗୁଡିକ ବନ୍ଦ ଥିଲା । ବିଦ୍ୟାଳୟ ଗଣଶିକ୍ଷା ବିଭାଗ, ଓଡିଶା ନିର୍ଦ୍ଦେଶ ଅନୁସାରେ କେବଳ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କୁ ଅଧ୍ୟୟନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଶିକ୍ଷାର୍ଥୀମାନଙ୍କୁ ହାତ ଧୋଇବାର ୬ଟି ସୋପାନ ପ୍ରଦର୍ଶନ ମାଧ୍ୟମରେ ଶିଖା ଯାଇଥିଲା । ତତ୍ପରେ ବିଦ୍ୟାଳୟରେ ନୂତନ ଭାବେ ନିଯୁକ୍ତି ପାଇଥିବା ଶିକ୍ଷକ ଆଦିତ୍ୟ ରଣା, ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ, ସ୍ୱାଗତିକା ଦାସ, ଯଶୋବନ୍ତି ସୁନା ଓ ହିମାଂଶୁ ବିଶ୍ୱାଳଙ୍କୁ ଅନୁଷ୍ଠାନ ତରଫରୁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ କୈବଲ୍ୟ ତରିଆ, ବ୍ରଜ ମୋହନ ମାଝି, ଲିଙ୍ଗରାଜ ନନ୍ଦ, ରେଣୁକା ସାହୁ, ଭାରତୀ ପ୍ରଧାନ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଦୌପଦୀ ଭୋଇ, ପୂର୍ବତନ ଛାତ୍ର ବିଘ୍ନରାଜ ରଣା, ଚୁଡାମଣୀ ରଣା ଉପସ୍ଥିତ ଥିଲେ । ଜୁନିୟର ରେଡକ୍ରସ କାଉନ୍ସିଲର ରାମ ନାରାୟଣ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.