pakka

ପବିତ୍ର ଅକ୍ଷୟ ତୃତୀୟାରେ ନୂତନ ଟେଲିଫିଲ୍ମର ମୁହୁରତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୂତନ ଟେଲିଫିଲ୍ମ ସଂକୀ କଳା ବିକାଶ ସମିତି ପକ୍ଷରୁ ସତଲମା ଗ୍ରାମରେ ମୁହୁର୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ପରିଷଦ ବରପାଲି ଅଧକ୍ଷ ଦିନେଶ ଗହିର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା ନୀଳମାଧବ ସାହୁ, ସମ୍ମାନିତ ଅଥିତି, ବକ୍ତା ଭାବରେ ଚିତ୍ତରଞ୍ଜନ ସାହୁ ଓ ହର୍ଷ ବେହେରା ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଭୁଦତ୍ତ ପଧାନ ପରିଚାଳନା କରିଥିବା ବେଳେ ସୁନୀଲ ସାହୁ ସହଯୋଗ କରିଥିଲେ । ଏହି ଅବସରରେ କଳାବିକାଶ ସମିତିର ସମ୍ପାଦକ ଦେବେଶ ସାହୁ ଏହି ଅନୁଷ୍ଠାନ ଆଗକୁ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ କଳାକାର ଦୁଷ୍ମନ୍ତ ସାହୁ କଳା ମାଧ୍ୟମରେ ଲୋକଙ୍କୁ କିପରି ଆକୃଷ୍ଟ କରାଯିବ ବୋଲି ଆହ୍ୱାନ କରିଥିଲେ ।

Leave A Reply

Your email address will not be published.

20 − eight =