pakka

ସଂକ୍ରୀରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ଦ୍ୱିତୀୟ ଦିବସ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମ ପଞ୍ଚାୟତ ସଂକ୍ରୀ ଗ୍ରାମରେ ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି । ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ଜାରି ରହିଥିବା ବେଳେ ଚବିଶ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଥିଲା । ଅପରାହ୍ନରେ ରତ୍ନ ମୁଦକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଭକ୍ତମାନଙ୍କ ସମାଗମ ହୋଇଥିଲା । ଝାରବନ୍ଧ ପୋଲିସ ତଥା ଗ୍ରାମର ସ୍ବେଚ୍ଛାସେବୀଙ୍କ ସହାୟତାରେ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନନ୍ତବାବାଙ୍କ ପ୍ରବଚନ, କୃଷ୍ଣଗୁରୁ, ଜଟର୍ଲା ଗ୍ରାମର ନାଟକ ପ୍ରଦର୍ଶନ ହେଉଛି । ସନ୍ଧ୍ୟାରେ ମିନା ବଜାର, ଦୋଳି ଓ ଆକର୍ଷଣୀୟ ବଜାର ବେଶ ଆକର୍ଷିତ ହୋଇଥିଲା ଆଗାମୀ ଦିନର କାର୍ଯ୍ୟକ୍ରମରେ ଶାନ୍ତି ଶୃଙ୍ଖଳା ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ଅଂଶ କରି ଜଗନ୍ନାଥଙ୍କ ସାନ୍ନିଧ୍ୟ ଲାଭ କରିବା ଓ ଆଶୀର୍ବାଦ ନେବା ପାଇଁ ପୂଜା କମିଟି ସଭାପତି ଲୋଚନ ପାଣ୍ଡେ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

5 × two =