pakka

ହନୁମାନ ମନ୍ଦିର ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ନାମଯଜ୍ଞ : ହରିରାମ ଭକ୍ତି ଭାବରେ ବୁଡିଲେ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭେଙ୍ଗରାଜପୁର ପଞ୍ଚାୟତ ବନମାଲ ଗ୍ରାମଠାରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତା ୨/୫/୨୨ ରୁ ୪/୫/୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ତିନି ଦିନ ଧରି ଷୋହଳ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ନୂତନ ହନୁମାନ ମନ୍ଦିର ରତ୍ନମୁଦକ ବିଗ୍ରହ ପ୍ରତିଷ୍ଠା ସହ ପୂର୍ଣ୍ଣାହୁତି ହୋଇଥିଲା । ପୂଜା କର୍ତ୍ତା ଭାବରେ ଛବିଳ ସାହୁ ଓ ତାଙ୍କ ଧର୍ମପତ୍ନୀ ଯମା ସାହୁ ଓ ନେତ୍ରମଣି ସାହୁ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ସାହୁ ପ୍ରମୁଖ କାର୍ଯ୍ୟନିର୍ବାହ କରିଥିବା ବେଳେ ହନୁମାନ ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କର୍ତ୍ତା ଭାବେ ରାମେଶ୍ବର ପାଣ୍ଡେ ଓ ତାଙ୍କ ଧର୍ମପତ୍ନୀ ଗୀତା ପାଣ୍ଡେ ଓ ଉଗ୍ରସେନ ସାହୁ ଓ ତାଙ୍କ ଧର୍ମପତ୍ନୀ କଳ୍ପନା ସାହୁ କାର୍ଯ୍ୟନିର୍ବାହ କରିଥିଲେ । ପୂଜକ ପଣ୍ଡିତ ଉମେଶ ମିଶ୍ର ପୂଜାର୍ଚ୍ଚନା ସହ ନାମଯଜ୍ଞ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଆଜି ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ କୁମାର ପୁରୋହିତ ହନୁମାନ ମନ୍ଦିର ଓ ନାମଯଜ୍ଞ ଦର୍ଶନ କରିବା ସହ ଭଗବାନ ହନୁମାନଙ୍କ ସାନ୍ନିଧ୍ୟ ଲାଭ କରି ଆୟୋଜନ କମିଟିକୁ ଉତ୍ସାହିତ କରିଥିଲେ । ଏଥିରେ ପପଙ୍ଗା, ଉତମା, ରେବତା(ବରିକେଲ) ସାନ କୁଞ୍ଜାରୀ, ଖଳାବଖହାଲ ଆଦି ଗ୍ରାମର ସଂକିର୍ତନ ଦଳ ଯୋଗଦେଇ ଚିତ୍ତାକର୍ଷକ ସଂକୀର୍ତନ ପରିବେଷଣ କରିଥିଲେ । ବନମାଲ ଗ୍ରାମବାସୀ ଓ ହନୁମାନ ମନ୍ଦିର ପୂଜା କମିଟି ପକ୍ଷରୁ ସୂଚାରୁରୂପେ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ସହ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେହ ଦିନ ଭକ୍ତମାନଙ୍କ ପ୍ରବଳ ସମାଗମ ହୋଇଥିଲା ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ଓ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

2 × two =