ଜିଲ୍ଲାର ବିଭିନ୍ନ ସିଏଚସି ଅନ୍ତର୍ଗତ ୨୦ ଗୋଟି ଟୀକା କେନ୍ଦ୍ରରେ ଆସନ୍ତା ୧୦ ତାରିଖରେ କୋଭିଡ ଟୀକା ପ୍ରଦାନ କରାଯିବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : କୋଭିଡ ମହାମାରୀକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ଜୀବନ ଓ ଜୀବିକାର ସୁରକ୍ଷା ନିମନ୍ତେ ବହୁବିଧ ବ୍ୟବସ୍ଥା କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାରେ ଦ୍ଵିତୀୟ ଡୋଜ ନେବାକୁ ଥିବା ୪୫ ବର୍ଷ ଓ ତଦୁର୍ଧ୍ୱ ବୟସ୍କଙ୍କୁ, ତଥା ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁ, ହିତାଧିକାରୀଙ୍କୁ ଜିଲ୍ଲାର ବିଭିନ୍ନ ସିଏଚସି ଅନ୍ତର୍ଗତ ୨୦ ଗୋଟି ଟୀକା କେନ୍ଦ୍ରରେ ଆସନ୍ତା ତା ୧୦/୦୫/୨୧ରେ କୋଭିଡ ଟୀକା ପ୍ରଦାନ କରାଯିବ । ତନ୍ମଧ୍ୟରେ ନାଇକେନପାଲି ଓ ତରଭା ସିଏଚସିରେ ୧୦/୦୫/୨୧ ଓ ୧୧/୦୫/୨୧ ଦୁଇ ଦିନ ଟୀକାକରଣ ଚାଲୁ ରହିବ । ଏହି ଟୀକାକରଣ ସକାଳ ୦୮ରୁ ଅପରାହ୍ନ ୧୨ ଘଂଟା ପର୍ୟ୍ୟନ୍ତ ଓ ଅପରାହ୍ନ ୦୩ ରୁ ୦୬ ଘଣ୍ଟା ପର୍ୟ୍ୟନ୍ତ ଚାଲୁ ରହିବ । ଅଯଥାରେ ଭିଡ କରନ୍ତୁ ନାହିଁ, ଯେତେବେଳେ ଯାହାର ପାଳି ଆସୁଛି ସେମାନେ କେବଳ କେନ୍ଦ୍ରକୁ ଆସିବାକୁ ଅନୁରୋଧ କରାଯାଉଛି । ସଚେତନ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ । ସରକାରଙ୍କ କୋଭିଡ ମାର୍ଗଦର୍ଶିକାକୁ ଶତ ପ୍ରତିଶତ ପାଳନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ।

Leave A Reply

Your email address will not be published.

3 × 5 =