ଲକ ଡାଉନ ସମୟରେ ମିଶନ ଶକ୍ତି ପକ୍ଷରୁ ପରିବା ଓ ରାସନ ସାମଗ୍ରୀ ବିକ୍ରି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦେଶ ଓ ରାଜ୍ୟରେ ୨ୟ ଲହର ମହାମାରୀ କରୋନା ଭୟଙ୍କର ରୂପ ନେଉଛି । ପ୍ରତ୍ୟକ ଦିନ ସଂକ୍ରମଣ ସଂଖ୍ୟା ବଢିବା ସହିତ ମୃତ୍ୟୁ ହାର ବଢୁଛି । ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରାକର ଲକଡାଉନ ଜାରି କରିଛନ୍ତି । ଲୋକ ମାନେ ବଂଚିବା ପାଇଁ ସକାଳ ୬ଠାରୁ ଅପରାହ୍ନ୧୨ ଟା ପର୍ଯ୍ୟନ୍ତ ଔଷଧ, ରାସନ, ପରିବା, କ୍ଷୀର, ମାଛ ମାଂସ ଭଳି ଆବଶ୍ୟକୀୟ ଦେକାନ ଖୋଲା ରହୁଛି । ତାପରେ ଦୋକାନ ବଜାର ସବୁ ବନ୍ଦ ରଖି ଘରେ ରୁହ ସୁସ୍ଥ ରୁହ, ମାସ୍କ ପିନ୍ଧିବା, ଅଯାଥାରେ ଘରୁ କେହି ବାହାରନ୍ତୁ ନାହିଁ, ସାବୁନ ଓ ସାନିଟାଇଜରରେ ହାତକୁ ବାରମ୍ବାର ଧୋଇବା ଭଳି ନିୟମ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି । ଏହି ଲକ ଡାଉନ ସମୟରେ ଯେମିତି କେହି ଅସୁବିଧାରେ ନପଡିବେ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ଡେଲାଙ୍ଗ ବ୍ଳକରେ ଆଜିଠାରୁ ସୁଲଭ ଦରରେ କୋଭିଡ ଆଇନ ଅନୁଯାୟୀ ଗ୍ରାମ ମାନଙ୍କରେ ପରିବା, ଗୋସରୀ ଓ ସାନିଟାଇଜର, ମାସ୍କ ବିକ୍ରୟ ଆରମ୍ଭ କରିଛି । ଏହାକୁ ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଢ଼ଙ୍ଗୀ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଭ୍ରାମ୍ୟମାଣ ଦେକାନ ଗାଡିକୁ ଉଦଘାଟନ କରିଛନ୍ତି । ମିଶନଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସଦସ୍ୟା ଭାରତୀ ଚମ୍ପତୀ, ବନିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ଜେନାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲୋକମାନଙ୍କୁ ପରିବା ଓ ରାଶନ ସାମଗ୍ରୀ ବିକ୍ରୟ କରାଯାଇଥିଲା । ବିଶେଷ କରି ଲୋକମାନେ ବଜାର ନ ଆସି ସେମାନଙ୍କ ଘର ପାଖରେ ଜିନିଷ ଯୋଗାଇ ଦେବା ସହ ମହାମାରୀ କରୋନାଠାରୁ ଦୂରେଇ ରଖିବା ପାଇଁ ଏହା ହେଉଛି ମିଶନଶକ୍ତି ମହିଳା ମହାସଂଘର ପ୍ରୟାସ ବୋଲି ସମ୍ପାଦିକା ଶ୍ରୀସାହୁ ଜଣାଇଛନ୍ତି । ବିଭିନ୍ନ ପଞ୍ଚାୟତରେ ଥିବା ମହାସଂଘ ସେମାନେ ନିଜ ନିଜ ପଞ୍ଚାୟତରେ ରାଶନ ଓ ପରିବା ଆଦି ଅବଶ୍ୟକୀୟ ସାମଗ୍ରୀ ବିକ୍ରୟ କରିବେ ବୋଲି ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ସୁଚନା ଦେଇଛନ୍ତି ।

Leave A Reply

Your email address will not be published.

16 − twelve =

error: Content is protected !!