ପ୍ରାଣୀ ଚିକିତ୍ସାଧିକାରୀଙ୍କ ବଦଳିକୁ ବିରୋଧ କରି ଅଫିସରେ ତାଲା ମାରିଲେ ଚାଷୀ : ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ ଉଦେଶ୍ୟରେ ଦାବୀପତ୍ର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ହେଡ଼କ୍ୱାଟରରେ ଥିବା ପ୍ରାଣୀ ଚିକିତ୍ସାଧିକାରୀଙ୍କ ପୁଇଁତନ୍ତା ବ୍ଲକକୁ ବଦଳି ହୋଇଥିବା ଖବର ଜାଣିବା ପରେ ଆଜି ସଇଁତଲା ବ୍ଲକ ଅଞ୍ଚଳର ଚାଷୀମାନେ ଏକତ୍ରିତ ହୋଇ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ତାଲା ମାରିବା ସହ ବିକ୍ଷୋଭ ପ୍ରଦର୍ଶନ କରି ବଲାଙ୍ଗିର ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀଙ୍କ  ଉଦେଶ୍ୟରେ ଏକ ବଦଳି ବାତିଲକୁ ନେଇ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଯଦି ପ୍ରଶାସନ ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗୋପାଳନ ଚାଷୀମାନେ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ସଇଁତଲା ହେଡ଼କ୍ୱାଟରରେ ଥିବା ପ୍ରାଣୀ ଚିକିତ୍ସାଧିକାରୀ ସଞ୍ଜୟ ମହାକୁଡ଼ ନାମକ ଜୈନିକ ଡାକ୍ତର ଯୋଗ ଦେବା ପରେ ଅଞ୍ଚଳର ଗୃହପାଳିତ ପଶୁମାନେ ବିଭିନ୍ନ ରୋଗରେ ପୀଡିତ ହେବା ପରେ ପଶଣୁମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଆସୁଥିଲେ । ଏହା ସହିତ ଡାକ୍ତରଖାନାକୁ ଗୃହପାଳିତ ପଶୁଗୁଡିକୁ ଚାଷୀମାନଙ୍କୁ ଡାକ୍ତର ପାଖକୁ ଆଣିଲେ ତାଙ୍କ ବ୍ୟବହାରରେ ମଧ୍ୟ ଚାଷୀମାନେ ଖୁସି ହେଉଥିଲେ । ବର୍ତମାନ ଡାକ୍ତର ହଠାତ୍‌ ତାଙ୍କର ବଦଳି ହେବା ପରେ ଅଞ୍ଚଳର ଚାଷୀମାନଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏପରିକି ଏହି ସଇଁତଲା ହେଡ଼କ୍ୱାଟରରେ ଡାକ୍ତର ସମସ୍ୟା ଦେଖାଦେବା ବେଳେ କିପରି ଭାବରେ ଡାକ୍ତରଙ୍କୁ ବଦଳି କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହା ଅଧୀନରେ ଥିବା ଟିକ୍ରାପଡା, ବେଲଗାଁରେ ମଧ୍ୟ ଡାକ୍ତର ସମସ୍ୟାର ସମାନ ପରିସ୍ଥିତି ଦେଖାଦେଇଛି । ଏଣୁ ଯଦି ଏହି ଡାକ୍ତରଙ୍କୁ ବଦଳି କରାଗଲେ ଆଗାମୀ ଦିନରେ ଅଞ୍ଚଳର ଗୃହପାଳିତ ପଶୁମାନେ ଚିକିତ୍ସାରୁ ବଂଚିତ ହେବା ସହ ଅଧିକାଂଶ ପଶୁପକ୍ଷୀ ମୃତ୍ୟୁବରଣର ସମ୍ଭାବନାକୁ ଏଡାଇ ଦିଆଯିବ ନାହିଁ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ତେବେ ଏହି  ଚିକିତ୍ସା ଅଧିକାରୀଙ୍କୁ ବଦଳି ହେଲେ ଅନେକ ଚାଷୀ ହଇରାଣ ହରକତ ହେବୁ ବୋଲି ଚାଷୀମାନେ ଅଭିଯୋଗ କରିଥିଲେ । ଏଣୁ ଆଜି ସଇଁତଲା ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବଙ୍କ ନେତୃତ୍ୱରେ ଏକ ଦାବୀପତ୍ର ଜିଲ୍ଲା ପ୍ରାଣୀଧନ ଚିକିତ୍ସାଧିକାରୀଙ୍କ ଉଦେଶ୍ୟରେ ତୁରନ୍ତ ଡାକ୍ତରଙ୍କ ବଦଳିକୁ ବାତିଲ କରାଯାଉ ବୋଲି ଚାଷୀମାନେ ଦାବୀ କରିଥିଲେ । ଏହି ଆନ୍ଦୋଳନରେ ବିବିନା ସରପଞ୍ଚ ପୁରୋଷାତ୍ତମ କଲତା, ଡେଙ୍ଗ ସରପଞ୍ଚଙ୍କ ପ୍ରତିନିଧି ଟିକେଶ୍ୱର ସାହୁ, ରମାକାନ୍ତ ରଣା, ପରମେଶ୍ୱର କର୍ମୀ, ପଦ୍ମ ପଟେଲ, ଅର୍ଜୁନ ଭୋଇ, କମଳ କର୍ମୀ, ଲୋକନାଥ ପ୍ରଧାନ, କିଶୋର ପ୍ରଧାନ, ଶ୍ରୀକାନ୍ତ ଭୋଇ, ବିକ୍ରମ ବଗର୍ତି, ଗୋକୁଳ ସାହୁ, ରାକେଶ ସାହୁ, ଜଗବନ୍ଧୁ ବଗର୍ତି, କାମଦେବ କର୍ମୀ, ବାଞ୍ଛା ଭୋଇ, ବିନୋଦ ସାହୁ, ରବୀନ୍ଦ୍ର ଭୋଇ, ଭରତ ଭୋଇ, ସହଦେବ ବଗର୍ତିଙ୍କ ସମେତ ବହୁ ଚାଷୀ ସାମିଲ ଥିଲେ ।

Leave A Reply

Your email address will not be published.

fourteen − fourteen =