ସିନାପାଲିରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଗଜାନନ ବେଶ

ନୂଆପଡ଼ା, (ନିରାକାର ମେହୋର) : ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ସହ ବିରଳ ହାତୀବେଶ ଅନୁଷ୍ଠିତ ହୋଇଛି । ସକାଳ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ପହଣ୍ତିରେ ସ୍ନାନବେଦୀକୁ ଅଣାଯାଇଥିଲା । ବିଧି ମୁତାବକ ପୂଜା ପରେ ସୁବାସିତ ଅଭିମଂତ୍ରିତ ଜଳରେ ଶ୍ରୀବିଗ୍ରହ ମାନଙ୍କୁ ୧୦୮ ଗଡ଼ୁ ଜଳରେ ମହାସ୍ନାନ କରାଯାଇଥିଲା । ଏହା ପରେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଶ୍ରୀଜିଉମାନଙ୍କୁ ଅଣସର ଘରେ ବିଜେ କରାଯାଇଥିବା ବେଳେ ଆସନ୍ତା ନେତ୍ରୋତ୍ସବ ଯାଏଁ ସେଠାରେ ଗୁପ୍ତ ସେବାନୀତି କରାଯିବ ବୋଲି ମନ୍ଦିର କମିଟି ତରଫରୁ ପ୍ରକାଶ କରାଯାଇଛି । ମହାସ୍ନାନ ଓ ଗଜାନନ ବେଶ ଦେଖିବାକୁ ଦିନ ତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ।

Leave A Reply

Your email address will not be published.

eighteen − 15 =