pakka

ତାଳଚେରରେ ଟାଇକୋଣ୍ଡ ବ୍ଲାକବେଲ୍ଟ ଓ କଲରବେଲ୍ଟ ଦକ୍ଷତା ଶିବିର

bbehera

ଅନଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନଗୁଳ ଜିଲ୍ଲା ଟାଇକୋଣ୍ଡ ଆସୋସିଏସନ୍‌ ପକ୍ଷରୁ ଆଜି ତାଳଚେର ଟାଇକୋଣ୍ଡ ଆସୋସିଏସନ୍‌ର ଟ୍ରେନର ଯୋଗେନ୍ଦ୍ର ନାୟକଙ୍କ ଦ୍ଵାରା ଆୟୋଜିତ ତାଳଚେର ଦେଉଳବେଡା ସ୍ଥିତ ମଙ୍ଗଳମ କ୍ଳବଠାରେ ବ୍ଲାକବେଲ୍ଟ ଓ କଲରବେଲ୍ଟ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଟାଇକୋଣ୍ଡ ଆସୋସିଏସନ୍‌ର ସମ୍ପାଦକ ରବି ନାରାୟଣ ପାଣିଗ୍ରାହୀ ଉପସ୍ଥିତ ରହି ଟାଇକୋଣ୍ଡ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ପରୀକ୍ଷଣ କରି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଦ୍ୱାରା ବେଲ୍ଟ ପ୍ରଦାନ କରିଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟର ମୁଖ୍ୟ ଅତିଥି ଲିଙ୍ଗରାଜ ପ୍ରକଳ୍ପ ଅଧିକାରୀ ଅଜୟ କୁମାର ଦେହୁରୀ ଓ ଅନ୍ୟାନ୍ୟ ସଂମ୍ମାନୀୟ ଅତିଥି ଦୀପ ପ୍ରଜ୍ଵଳନ କରି ଶିବିରକୁ ଉଦ୍‌ଘାଟନ କରିଥିଲେ । ଖୁବ ନିକଟରେ ତାଳଚେର ମାଟିର ବୀର ପୁତ୍ର ସହିଦ ରାଣା ପ୍ରତାପ ଦାସଙ୍କ ପାଇଁ ୧ ମିନିଟ୍‌ ନିରବ ପାର୍ଥନା କରି ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିଙ୍କ ଉପସ୍ଥିତରେ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତାଳଚେର ଅଞ୍ଚଳର କ୍ରୀଡା ପ୍ରେମୀ ପେସ୍କାର ଗଡ଼ନାୟକ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷା ସହିତ ପ୍ରତ୍ୟେକ ସ୍ତରରେ ସୁଦୃଡ଼ ହେବା ପ୍ରତେକ ଛାତ୍ରଛାତ୍ରୀଙ୍କ ଇଛା ପ୍ରକାଶ କରିବା ବୋଲି ମୁଖ୍ୟ ଅତିଥି ଶ୍ରୀ ଦେହୁରୀ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

seven − seven =

error: Content is protected !!