jayashree

କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଓଏମ୍‌ଭିଡି କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବ ବୋଲି ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ପୋଲିସ ତଦନ୍ତରେ ସନ୍ତୋଷ ନ ହେବାରୁ ପରିବାର ଲୋକ ହାଇକୋର୍ଟ ଦ୍ୱାରସ୍ଥ ହୋଇଥିଲେ । ବିଜିପୁର ସ୍ଥିତ ପୋଲିସ କଲୋନୀରେ ପତ୍ନୀଙ୍କ କ୍ୱାର୍ଟର ସମ୍ମୁଖରେ ଜଳି ଯାଇଥିଲେ ଆଶୁତୋଷ । ଦୁଇଥର ମୃତ୍ୟୁ କାଳୀନ ଜମାନବନ୍ଦୀରେ ପତ୍ନୀ ସନ୍ଧ୍ୟା ଓ ଶାଳକ, ନିଆଁ ଲଗାଇ ଥିଲେ ବୋଲି ଆଶୁତୋଷ କହିଥିଲେ । ବ୍ରହ୍ମପୁର ପୋଲିସର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଶୁତୋଷଙ୍କ ପରିବାର ଓଡ଼ିଶାର ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ତ ହୋଇଥିଲେ ଆଉ ହାଇକୋର୍ଟ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.