pakka

ପଥରଚେପା ପାର୍ବତୀଗିରି ବାଳନିକେତନରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପଥରଚେପା ସ୍ଥିତ ପାର୍ବତିଗିରି ବାଳ ନିକେତନରେ ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟିକ୍ସର ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଳ ନିକେତନର ୫୬ଜଣ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ଭାରତରେ ୫ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ବିଭିନ୍ନ ରୋଗରେ ପଡି ମୃତ୍ୟୁହାର ବଢୁଛି । ୫ବର୍ଷରୁ କମ୍‌ ବୟସର ଶିଶୁଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ତଥା ଉଚିତ ମାତ୍ରାର ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରି ଶିଶୁ ମୃତ୍ୟୁହାର କମ୍‌ କରିବାକୁ ଇଣ୍ଡିଆନ ମେଡିକାଲ ଏସୋସିଏସନ୍‌ ଅଣ୍ଟା ଭିଡିଛି । ପ୍ରେସିଡେନ୍ସିଆଲ ଏକ୍ସନପ୍ଲାନ ୟୁ୫ଏମ୍‌ଓଆର୍‌ ୨୫/୨୫ ଆଧାରରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ଓ ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟିକ୍ସର ବଲାଙ୍ଗିର ଶାଖାର ମିଳିତ ଆନୁକୂଲ୍ୟରେ ବଲାଙ୍ଗିରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଶନିବାର ଦିନ ୧୧ଟା ସମୟରେ ପଥରଚେପାର ବାଳନିକେତନଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ବଲାଙ୍ଗିର ଶାଖାର ପ୍ରତିଷ୍ଠାତା ସଦସ୍ୟା ଡ.ଜ୍ୟୋତ୍ସ୍ନାମୟୀ ମହାପାତ୍ର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଓଡିଶା ଶିଶୁରୋଗ ବିଶେଷଜ୍ଞ ସଂଘର ସଂଯୋଜକ ଡ.ପ୍ରଶାନ୍ତ କୁମାର ସାବତ, ବଲାଙ୍ଗିର ଶାଖାର ଡ.ସରୋଜ କୁମାର ତିଆଡି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ମୁଖ୍ୟ ଲକ୍ଷ୍ମୀ ସିଂ, ସିଡବ୍ଲୁସି ଅଧ୍ୟକ୍ଷ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ବାଳନିକେତନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

thirteen − four =

error: Content is protected !!