pakka

କୋସଲିଡେରାର ବାର୍ଷିକ ଉତ୍ସବ ପାଳିତ

bbehera

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି କୁତମୁଣ୍ଡା କାହ୍ନା ନର୍ସରୀ ଠାରେ ଅଗ୍ରଣୀ କୋସଲି ସାହିତ୍ୟ ଅନୁଷ୍ଠାନ କୋସଲିଡେରାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭକ୍ତବନ୍ଧୁ ବିଶ୍ୱାଳଙ୍କ ସଭାପତିତ୍ୱ ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ରଘୁନାଥ ମିଶ୍ର, ଅଧ୍ୟାପକ ବ୍ରଜମୋହନ ମେହେର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବୟିତ୍ରୀ ସାବିତ୍ରୀ ସାହୁ, ଅବସରପ୍ରାପ୍ତ ତହସିଲଦାର ତଥା କବି ହିମାଂଶୁ କୁମାର ହୋତା ଯୋଗ ଦେଇ କୋସଲି ଭାଷାରର ମହନୀୟତା ଉପରେ ଆଲୋକପାତ କରିଥିଲେ । ଭାଷା ସଂସ୍କୃତି ମଣିଷର ଏକ ବିଶିଷ୍ଟ ଅଙ୍ଗ । ଭାଷା ବଞ୍ଚିଲେ ମାନବ ସମାଜର ବିକାଶ ହେବ । ଏ ଅଞ୍ଚଳର ଭାଷା କୋସଲି ଭାଷାର ବିକାଶ ନିମନ୍ତେ ସମସ୍ତେ ବଦ୍ଧ ପରିକର ହେବା ଉଚିତ ବୋଲି କହିଥିଲେ । ଅନୁଷ୍ଠାନର ସମ୍ପାଦକ ଲାଲଚନ ବଗର୍ତ୍ତି ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ଏ ବର୍ଷ କୋସଲିଡେରା ଯୁବ ସମ୍ମାନ ବ୍ରଜମୋହନ ମେହେର ଏବଂ ସାତକୁଆଁରି ସାହିତ୍ୟ ସମ୍ମାନ ଯଶୋବନ୍ତି ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏ ବର୍ଷର ଯୁଗ ଦାସ ସମ୍ମାନ ବରେଣ୍ୟ କବି ଅମୃତଲାଲ ସାହୁ ଦେବାକୁ ସ୍ଥିର କରାଯାଇଥିଲା କିନ୍ତୁ ତାଙ୍କର ଅସୁସ୍ଥତା ଯୋଗୁଁ ସେ ଅନୁପସ୍ଥିତ ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କ ବାସଭବନରେ ସମ୍ମାନିତ କରାଯିବ । ଉତ୍ସବର ଦ୍ଵିତୀୟ ଅଧିବେଶନ କବିତା ଆସରରେ ସନ୍ତୋଷ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଧରମସିଂ ଧରୁଆ ମଞ୍ଚାସୀନ ଥିଲେ । କବି ରବିଚନ୍ଦ୍ର ସାହୁ ଆସରକୁ ସଂଯୋଜନା କରିଥିଲେ । ଏହି କବିତା ଆସରରେ ବରଗଡ଼, ଟିଟିଲାଗଡ଼, ନୂଆପଡା, ସୋନପୁର ଅଞ୍ଚଳରୁ ଶତାଧିକ କବି ଯୋଗଦେଇ ନିଜର ସ୍ୱରଚିତ କବିତା ପାଠ କରିଥିଲେ । ଏହି ଉତ୍ସବକୁ କ୍ଷୀରୋଦ୍ର କୁମାର ସାହୁ, ପିଣ୍ଟୁ ମେହେର, ରାଜେଶ ଶର୍ମା ତଥା ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଶାନ୍ତନୁ କୁମାର ବୁଦ୍ଧିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

12 + fifteen =

error: Content is protected !!