csstore

ସତ୍ୟନାରାୟଣପଡ଼ା ଠାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ୨ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସମ୍ବଲପୁର ରୋଡ ସ୍ଥିତ ସତ୍ୟନାରାୟଣପଡ଼ା ଠାରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଗୋଟିଏ ଏଚ୍‌ଏଫ୍‌ ଡିଲକ୍ସ ବାଇକ୍ (ଓଡି୩ଆର୨୧୪୩) ଯୋଗେ ଦୁଇ ଜଣ ବ୍ୟକ୍ତି ଆସୁଥିବା ବେଳେ ଅନ୍ୟ ଏକ ବାଇକ୍ ସତ୍ୟନାରାୟଣପଡ଼ା ଠାରେ ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ଦୁଇ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

jayashree
Leave A Reply

Your email address will not be published.