pakka

ନାଇସ ବାଣିଜ୍ୟ ମହାବଦ୍ୟାଳୟ (ସିଏନ୍‌ସି) ତରଫରୁ ଫୁଡ୍ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଆୟୋଜିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଇସ ବାଣିଜ୍ୟ ମହାବଦ୍ୟାଳୟ (ସିଏନ୍‌ସି) ତରଫରୁ ଗତକାଲି ସ୍ଥାନୀୟ ଆର୍‌ଟିଓ ଡ୍ରାଇଭିଂ ଟ୍ରେନିଂ ପଡିଆରେ ଫୁଡ୍ ଫେଷ୍ଟିଭାଲ କାର୍ଯ୍ୟକ୍ରମର ଆୟୋଜିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ଭିତରେ ବ୍ୟବସାୟ ପ୍ରତି ଆଗ୍ରହକୁ ଆହୁରି ଉଦ୍‌ଜୀବିତ କରିବା ଏବଂ ଭବିଷ୍ୟତରେ ଗୋଟିଏ ସଫଳ ବ୍ୟବସାୟୀ ଭାବରେ ନିଜକୁ ଗଢି ତୋଳିବା ପାଇଁ ଉକ୍ତ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା । ସର୍ବପ୍ରଥମେ ଉପସ୍ଥିତ ବିଚାରକ ମଣ୍ଡଳୀ ଓ ଅତିଥିମାନଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ଏବଂ ପ୍ରଦୀପ ସାହୁ (ନିର୍ଦ୍ଦେଶକ ସିଏନ୍‌ସି) ଫୁଡ୍ ଫେଷ୍ଟିଭାଲ କାର୍ଯ୍ୟକ୍ରମର ଶୁଭାରମ୍ଭ ଘୋଷଣା କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ସୁରଜ୍ ପଟ୍ଟନାୟକ (ଅଧ୍ୟାପକ ସିଏନ୍‌ସି)ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିତିଶ କୁମାର (ଆଇଏଫଏସ, ଡିଏଫଓ ବଲାଙ୍ଗିର) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ମାନଙ୍କୁ ପ୍ରଶଂସା କରିଥିଲେ । ଉକ୍ତ ଫୁଡ୍ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ବର୍ଷର ଛାତ୍ରଛାତ୍ରୀମାନେ ଭାଗନେଇ ପାଖାପାଖି ୨୦ଟି ଷ୍ଟଲରେ ସମଗ୍ର ଭାରତରେ ମିଳୁଥିବା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରିଥିଲେ ତଥା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଏଥିରେ ଥିବା ପୋଷକ ତତ୍ତ୍ଵ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମନୋଜ ମିଶ୍ର ଓ ଗୋପାଳ କୃଷ୍ଣ ମିଶ୍ର (ଯୁଗ୍ମ ନିର୍ଦ୍ଦେଶକ, Garden Inn) ତଥା ରାକେଶ ଅଗ୍ରୱାଲ (ନିର୍ଦ୍ଦେଶକ, ତାରା ରେଷ୍ଟୁରାଣ୍ଟ) ପ୍ରମୁଖ ବିଚାରକ ମଣ୍ଡଳୀ ଭାବରେ ଯୋଗ ଦେଇଥିଲେ । ଏହି ଫୁଡ୍ ଫେଷ୍ଟିଭାଲ ୨୦୨୨ରେ ‘ଫୁଡ୍ ୱାଲା’ ଷ୍ଟଲ ନ.୧୨ ବିଜେତା, ‘ଆଦା ଅଫ୍ ଭୁକ୍ କଡ୍’ ଷ୍ଟଲ ନ. ୬ ଦ୍ଵିତିୟ ଏବଂ ‘ଦ ଫୁଡିନେଟର୍’ ଷ୍ଟଲ ନ.୨ ତୃତୀୟ ଭାବରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରାୟ ୨୦୦୦ ଲୋକ ଉପଭୋଗ କରିଥିଲେ। । ଛାତ୍ରଛାତ୍ରୀମାନଙ୍କ ଅଭିଭାବକ, ବଲାଙ୍ଗିର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା ।

jay balangir
Leave A Reply

Your email address will not be published.

two × one =

error: Content is protected !!