pakka

ଏସ୍‌ବିଆଇରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀ କଲା ଏଚ୍‌ଏମ୍‌ଏସ୍‌

bbehera

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକ ହଜାରରୁ ଅଧିକ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ)ର ଶାଖା ରହିଛି । ସାଧାରଣ ଜନତା ଅନ୍ୟାନ୍ୟ ବ୍ୟାଙ୍କ ଅପେକ୍ଷା ଏସବିଆଇ ଉପରେ ଅଧିକ ନିର୍ଭର ଓ ଭରସା କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଷ୍ଟେଟ ବ୍ୟାଙ୍କ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛିି । ସମାନ କାମକୁ ସମାନ ଦରମା ଦେବା ନିୟମ ଥିଲେ ମଧ୍ୟ ଆଉଟସୋର୍ସିଂ ଭାବେ କାର୍ଯ୍ୟ କରୁଥିବା ୧୦ ହଜାରରୁ ଅଧିକ କର୍ମଚାରୀ ଏହି ସୁବିଧା ସୁଯୋଗରୁ ବଂଚିତ ହେଉଛନ୍ତି । ଉକ୍ତ କର୍ମଚାରୀମାନେ ସମ୍ପ୍ରତି ପ୍ରାୟ ୧୦ ଘଣ୍ଟା ଧରି କାର୍ଯ୍ୟ କରିବା ସହ ଅର୍ଥ କାରବାର କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଭଳି କ୍ଷେତ୍ରରେ ସେମାନଙ୍କୁ ମିଳୁଥିବା ପ୍ରାପ୍ୟ ସମୁଦ୍ରକୁ ଶଙ୍ଖେ ସଦୃଶ ହେଉଛି । ଉକ୍ତ କର୍ମଚାରୀମାନେ ଦୁଇରୁ ତିନି ଦଶନ୍ଧି ଧରି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କ ପ୍ରତି କର୍ତ୍ତୃପକ୍ଷ ଅବିଚାର କରି ଆସୁଛନ୍ତି । ଚାକିରି ପ୍ରଦାନକାରୀ ଠିକାଦାରମାନେ ସମସ୍ତ ନୀତି ନିୟମକୁ ଉଲ୍ଳଂଘନ କରି ପ୍ରାପ୍ୟ ପ୍ରଦାନ କରୁଛନ୍ତି । ଏପରିକି ଇଏସଆଇ, ଇପିଏଫ୍‌ ସଠିକ ଭାବେ ଦାଖଲ କରୁନାହାନ୍ତି । ଫଳରେ କର୍ମଚାରୀମାନେ ଅନିଶ୍ଚିତତା ମଧ୍ୟରେ କାଳାତିପାତ କରୁଛନ୍ତି ବୋଲି ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌) ରାଜ୍ୟ ଉପସଭାପତି ରବି ରଥ ଏସବିଆଇ ମୁଖ୍ୟ ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ, ଜଣେ ବ୍ୟାଙ୍କର ଜଣେ ସ୍ଥାୟୀ କର୍ମଚାରୀ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆଉଟସୋର୍ସିଂ କର୍ମଚାରୀଙ୍କୁ ମାତ୍ର ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ଷ୍ଟେଟ ବ୍ୟାଙ୍କ ଭଳି ପ୍ରତିଷ୍ଠିତ ବ୍ୟାଙ୍କରେ ୧୦ ହଜାର ଟଙ୍କା ପ୍ରାପ୍ୟ ପ୍ରଦାନ ବିଷୟ ଅତ୍ୟନ୍ତ ଦୁଃଖଦ ଘଟଣା । କର୍ମଚାରୀମାନେ ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଦ୍ୱାରା ଶୋଷିତ ହେଉଛନ୍ତି । ଫଳରେ ହଜାର ହଜାର କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଆପଣ ସମ୍ପୃକ୍ତ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ, ନଚେତ୍‌ ଆଗାମୀ ଦିନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବ ବୋଲି ଉପସଭାପତି ଶ୍ରୀ ରଥ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

2 × four =

error: Content is protected !!