pakka

ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଆନନ୍ଦ ବାଗଙ୍କୁ ସମ୍ବର୍ଦ୍ଧିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଅମୃତ ପୁରସ୍କାର ପାଇଁ ମନୋନୀତ ବିଶିପାଲି ଗ୍ରାମର ଆନନ୍ଦ ବାଗଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରତ ସରକାର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୭୫ ଜଣ ୭୫ ବର୍ଷୀୟ କଳାକାରଙ୍କୁ ଅମୃତ ପୁରସ୍କାର ପାଇଁ ଘୋଷଣ କରିଥିଲେ । ଯେଉଁଥିରେ ଆନନ୍ଦ ବାଗ ମନୋନୀତ ହୋଇଛନ୍ତି । ନାଟ୍ୟକାର ରାଜକୁମାର ସାହୁ ଆନନ୍ଦ ବାଗଙ୍କର ଲୋକକଳା କ୍ଷେତ୍ରରେ ଅବଦାନକୁ ବୁଝାଇବା ସହ ମାର୍ଗଦର୍ଶନ ପାଇଁ ରବି ରତନ ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଅନୁଷ୍ଠାନ ତରଫରୁ ତାଙ୍କୁ ପୁଷ୍ପମାଲ୍ୟ, ଚନ୍ଦନ ତିଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅନୁଷ୍ଠାନର ତରଫରୁ ଘନଶ୍ୟାମ ଭୋଇ, ଘନଶ୍ୟାମ ସାହୁ, ଜୟନ୍ତ ସାହୁ, ସୁନେଲି ସାହୁ, ଆରାଧ୍ୟ ସାହୁ, ବାବୁଲୁ ସାହୁ, ହେମନ୍ତ ମହାକୁଡ଼, ରବୀନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

seven − six =

error: Content is protected !!