ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ତୁଷୁରା କ୍ଲଷ୍ଟର ତରଫରୁ ସ୍ୱାଗତ

ତୁଷୁରା, (କେପିଏନ୍‌ଏସ୍‌) : ଆଜି ତୁଷୁରା କ୍ଲଷ୍ଟର ତରଫରୁ ଗୁଡଭେଲା ବ୍ଲକ୍‌ର ନୂତନ ଏବିଇଓ ବିପିନ ବାଗଙ୍କୁ ସ୍ଥାନୀୟ ବାଳିକା ନୋଡାଲ ହାଇସ୍କୁଲର ସଭାଗୃହରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ଏବିଇଓ ରମେଶ ସାମର୍ଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନୂତନ ଏବିଇଓ ବିପିନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ସଭାରେ ତୁଷୁରା କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ଥିଲେ । ତୁଷୁରା କ୍ଲଷ୍ଟର ସଂଯୋଜକ ଜଗମୋହନ ତ୍ରିପାଠୀ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ନୂତନ ଏବିଇଓ ଶ୍ରୀ ବାଗଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ସମାପ୍ତି ସୂଚକ ଆକଳନ-୨ର ସୂଚାରୁ ପରିଚାଳନା ପାଇଁ ଶ୍ରୀ ସାମର୍ଥ ଆଲୋକପାତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପ୍ରଧାନ, ପ୍ରଧାନ ଶିକ୍ଷକ ରାଜ କୁମାର କାଲସାଏ, ମନୋରଞ୍ଜନ ଭୋଇ, ପ୍ରମୋଦ କୁମାର ନାଏକ, ଚନ୍ଦ୍ରଧ୍ୱଜ ମେହେର, ପିତାମ୍ବର କଏଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

20 − 9 =