ସମ୍ବଲପୁରୀ ସର୍ଟ ଫିଲ୍ମ ‘ଭାଏ ଜିଇଁତାର୍ ସିର୍ଜିନା’ ସୁଟିଂ ସମାସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଭାଲୁ ଡୁଙ୍ଗୁରୀର ଯୁବ କ୍ୟାମେର ମେନ୍ ତଥା ନିର୍ଦ୍ଦେଶକ ଓ ଅଭିନେତା ଶ୍ୟାମ ସୁନ୍ଦର ମେହେରଙ୍କ ପ୍ରଚେଷ୍ଟା ବଳରେ ବହୁତ ସମ୍ବଲପୁରୀ ସିନେମା ପ୍ରସ୍ତୁତ ହୋଇ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଆଜି ପଶ୍ଚିମ ଓଡିଶାର ପରମ୍ପରା ଉପରେ ଆଧାରିତ ସମ୍ବଲପୁରୀ ସିନେମାର ସୁଟିଂ ସମାସ୍ତ ହୋଇଯାଇଛି । ଉକ୍ତ ସିନେମାର ନାମ ହେଉଛି ‘ଭାଏ ଜିଇଁତାର୍ ସିର୍ଜିନା’ । ଏହି ସିନେମାରେ ଅଭିନୟ କରିଛନ୍ତି ସୁମନ୍ତ ମେହେର, ମାୟାଧର ବରିହା, ସହଦେବ, ରୋହିତ, ହେମାଳ, ରୋଜାଲୀନ, ରୋଜି, ଶିଖା, ସସ୍ମିତା, କ୍ୟାମେରା ପରିଚାଳନା ନେପାଳ, ରଚନା ଏସ୍ କେ ଚକ୍ର । ସୂଚନା ଦେଇଛ‌ନ୍ତି ନିର୍ଦ୍ଦେଶକ ଶ୍ୟାମ ସୁନ୍ଦର ମେହେର ।

Leave A Reply

Your email address will not be published.