କବିତା : ଫଗୁନ୍

ଗଣେଶ ବାରିକ୍

ଫଗୁନ୍ ରଙ୍ଗ୍ ଧରି କରି ଆଏଲେ ହେଲେ
ମୋର୍ କାଣା ଯାଏ ଆସେ
ଫଗୁନର ରଙ୍ଗେ ମୋର୍ ତ ନାଇଁନ ମିତା ମାରସାଦ୍
ମୋର୍ ତ ନାଇଁନ ତାର୍ ସାଙ୍ଗେ ଲେତାଗୁତା ।

ଫଗୁନ୍ ଆସୁ ନି’ଜେ
ଲଗାବାର କାଜେ ତାର୍ ରଙ୍ଗ୍ ମୋର୍ ଦିହେଁ
ମାତର୍ ସେ କାଣା ଜାନିଛେ ଭାଏଲ୍
ମୋର୍ ଦିହେଁ ରଙ୍ଗ୍ ନାଇ ରଚେ
ଯେନ୍ ରଙ୍ଗ୍ ଥରେ ଇ’ ଦିହେଁ ଲାଗିଛେ ନାଇ ଛାଡେ ।

କେତେ ମଏଲା ଇ’ ମୋର୍ ଦେହେଁ
ହାତଟ୍ଟ ଗୋଡ଼ଟ୍ଟ ମୁହୁଁଟ୍ଟ
ଇ ଗୁଟା ଶରୀର
ମଏଲା ଥି ପୁରତୁନ୍
ହେ ରଙ୍ଗ୍ କାଣା ମେଟେଇ ଦେବା ଭାଏଲ୍
ମୋର୍ ଖୁକଲା-ଖୁକଲା ଦେହଁର୍ ମଏଲା, ଜଗଡା ।

ଫଗୁନ୍ କାଣା ଆନବା କାଏଁ
ରଏବାରିର୍‌ ଟୁକେଲ କେ ଇଟାଭାଟି ନୁ ମୁକ୍‌ଲେଇ
ମକାରୁ ମାଝୀର ପୁଓ ସୁରତ୍ ନେ ପଟୋ କରି ମରିଗଲା
ଫିରେଇ ପାରବା କାଏଁ ତାର୍ ଜୀବନ ।

ଏଭେ ବି ରଏବାରି କାନ୍ଦୁଛେ
ଆମ୍ ଗଛର୍ କାଇ ଧାର୍ ଲେଖେନ୍
ଥିପୁଛେ ତାର୍ ଆଖିର୍ ଲହ
ମକାରୁ ମାଝୀକେ ଗଲେ
ଖୁଜି ଆନିଦେବା ଭାଏଲ୍ ଫଗୁନଟ୍ଟ

ବଉଲିଆ ହୁରହୁରିଆ ଧୁକାଥି ଗଲେ
ଫୁଲ୍ ମାନକର୍ କହଁର୍ ନାଇଁ
ପରଜାପତି ଗଲେ ପତରାମାଲି ହେଇ
ତାର୍ ଭୋକ୍, ଶୋଷ ନାଇଁ ।

ଇ ଫଗୁନ୍ କେ ଆମର୍ ଚାହାନା ନାଇଁନ
ଯେନ୍ ଫଗୁନ୍ ବିଗୁଲ୍‌ ମାରି
ରେଲଗାଡି ଥି ବଘେଇ ନେଇ ଯାଏସି
ଛୁଆପିଲା, ବହ ଭୁଆସେନ୍
କାହିଁନି କାହିଁ କେତନି କେତେ
ଦୁରିଆ ଦାଦନ ଖଟେଇ
ଆରୁ ଫିରେଇ ଆନ୍ ବଏଲେ
ଟାଏଁ ଟାଏଁ କରି ଦୁଇ ପହରିଆ ଝାଉ ପିଟୁଥିସି
ଦେହେଁ ଭିତରେ, ହୃଦ୍ ଭିତରେଟ୍ଟ

ନେଇ ଆ’ ତୁଇ ଫଗୁନ୍ ନେଇ ଆ’ଟ୍ଟ
ରଙ୍ଗ୍ କି ଫଗୁ ଧରି
ଏହେଦେ ବି ହେ ରଏବାରି, ମକାରୁ ମାଝୀର
ପିଲା ଟୁକେଲ ମାଖି ଥିବାର ହେ ରକତ୍ ରଙ୍ଗ୍
ତାକର୍ ଦିହୁଁ ନାଇଁ ଲିଭେ ତାଲି ।

ଫଗୁନ ତୁଇ କାଏଁ ଯେ’ ଆସୁଛୁ ଗହଗହ ହେଇ
ଫଲ୍‌ସା ଫୁଲ ବାଗିର୍ ତୋର୍ ତ
ବାସ୍ ନାଇଁ କି କହଁର୍ ନାଇଁ
ଫିରି ଯା’ ଫଗୁନ ଫିରି ଯା’ଟ୍ଟ
ଆମକୁ ତୋର୍ ରଙ୍ଗ୍ ମାଖବାର୍ ନାଇଁ ।

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ, ବଲାଙ୍ଗିର-୨
[email protected]

Leave A Reply

Your email address will not be published.