ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟକାରୀ ବୈଠକ

ବରଗଡ, (ନିରଂଜନ ତ୍ରିପାଠୀ) : ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ୟ୍ୟକାରୀ ବୈଠକ ସଭା ପ୍ର. ଅମରେନ୍ଦ୍ର ଯାଦବଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ତାଙ୍କର ଅଭିଭାଷଣରେ ଆଜିର ସମାଜ ପାଇଁ ତଥା ଦେଶ ପାଇଁ ରହିଥିବା ଆମର କର୍ତବ୍ୟକୁ ଚେତେଇ ଦେଇଥିଲେ । ପ୍ରହଲ୍ଲାଦ ମହାପାତ୍ର ସମ୍ପାଦକ ଗତ ପୂର୍ବ ବିବରଣୀ ପାଠ ପୂର୍ବକ ଅନୁମୋଦନ ପାଇଁ ପ୍ରସ୍ତାଵ ପାରିତ କରିଥିଲେ । ସଂଗଠନ ସମ୍ପାଦକ କେଦାର ମିଶ୍ର କରୋନା ସମୟରେ ମଧ୍ୟ କରାଯାଇଥିବା ଜନ ହିତକର କାର୍ୟ୍ୟ, ସଂଗଠନ, ବିକାଶ ହସ୍ପିଟାଲ ସଂଗେ ହୋଇଥବା ଏଗ୍ରିମେଣ୍ଟର କାର୍ୟ୍ୟକାରିତା ଉପରେ ସାଙ୍ଗଠନିକ ବକ୍ତବ୍ୟ ରଖି ଆଗାମୀ ଦିନରେ ସଂଗଠନକୁ ସୁଦୃଢ଼ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା ଉପସଭାପତି ଗୌନ୍ତିଆ କୁମାର ସାହୁ ବିକାଶ ହସ୍ପିଟାଲ ସଂଗେ ହୋଇଥିବା ଏମ୍‌ଓୟୁର ବିଭିନ୍ନ ଦିଗ ତର୍ଜମା ପୁର୍ବକ ପାଞ୍ଚ ଜଣଙ୍କୁ ନେଇ ଏକ କମିଟିର କାର୍ୟ୍ୟକାରିତା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଉପଦେଷ୍ଟା ରକ୍ଷାକାରୀ ବିଶି ଜିଲ୍ଲା ତଥା ପଶ୍ଚିମ ଓଡିଶାର ବରିଷ୍ଠ ସଂଗଠନର କାର୍ୟ୍ୟଶୈଳୀକୁ ପ୍ରଶଂସା କରି ସଂଗଠନ କାର୍ୟ୍ୟକ୍ରମକୁ ଆହୁରି ବରିଷ୍ଠ ବିକାଶଭିମୁଖୀ କରିବାକୁ ଚେଷ୍ଟିତ ହେବାକୁ ଅନୁରୋଧ କରିଥିଲେ । ଶେଷରେ ଗୌନ୍ତିଆ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ପାରିତ ହୋଇଥିବା ପ୍ରସ୍ତାବ ଗୁଡିକ ହେଲା ୧. ସମାଜ ତଥା ପରିବାରରେ ଅବହେଳିତ ବରିଷ୍ଠଙ୍କ ସୁରକ୍ଷା ପ୍ରଦାନର ବ୍ୟବସ୍ଥା କରିବା, ୨. ଅଧୁନା ସମାଜର ଅବ୍ୟବସ୍ଥାକୁ ଠିକ ମାର୍ଗରେ ନେବାକୁ ନିଃସ୍ୱାର୍ଥପର ଭାବନା ନେଇ କାମ କରିବା, ୩. ଜିଲ୍ଲାରେ କରୋନାର ଭୟାବହତାକୁ ନେଇ ଆଗାମୀ ଦିନରେ ସଚେତନତା ସୃଷ୍ଟି ଅଭିଯାନ ଚାଲୁ ରଖିବା, ୪. ପୋଲିସ କାର୍ଡ ପ୍ରଦାନରେ ପୋଲିସର ଅବହେଳ।, ୫. କୃଷି ଓ କୃଷକ କଲ୍ୟାଣ ପାଇଁ ସ୍ୱର ଉତ୍ତୋଳନ କରିବା ।
ବୟନିକାର ଡାଇରେକ୍ଟର ସଞ୍ଜୟ କୁମାର ମେହେର ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ମାସ୍କ ପ୍ରଦାନ କରିଥିଲେ । ଭାରତ ଦାଶ, ତୁଳସୀ ଦାଶ, କୃଷ୍ଣ ପଣ୍ଡା, କୃପାନିଧି ବିଶ୍ୱାଳ, କାହ୍ନୁ ପୃଷ୍ଟି, ଶରତ ନାୟକ, ରବି ସାହୁ, ପ୍ରଦୀପ ସାହୁ, ପ୍ରସନ୍ନ ପ୍ରଧାନ, ଗୋବିନ୍ଦ ଦାଶ, ଅକ୍ଷୟ ସାହୁ, ଦୁଷ୍ମନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.