ଆର୍.ଏମ୍.ସି. କର୍ମଚାରୀଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିୟନ୍ତ୍ରିତ ବଜାର କମିଟୀର କର୍ମଚାରୀ ରବିନ୍ଦ୍ର ଚନ୍ଦ୍ର ସୁନାଙ୍କ ୫୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ୫ ମାସ ହେବ କର୍କଟ ରୋଗରେ ପୀଡିତ ଥିଲେ । ଛତିଶଗଡ ରାୟପୁରର ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ସେ ଜଣେ ସରଳ, କର୍ତ୍ତବ୍ୟ ପରାୟଣ, ଆଧ୍ୟାତ୍ମିକ, ବିଶ୍ୱସ୍ତ, ସର୍ଚୋଟ୍ଟ କର୍ମଚାରୀ ଥିଲେ । ତାଙ୍କର ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କର ଶବକୁ ନିଜସ୍ବ ଗ୍ରାମ ପଦ୍ମପୁର ଉପଖଣ୍ତ ମଲଦା ଗ୍ରାମକୁ ଅଣା ଯାଇଥିଲା । ଶବାଧାରରେ ଶତାଧିକ ବ୍ୟକ୍ତି ଅଶୃଳ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ତାଙ୍କର ଦୁଇ ପୁଅ ଓ ସ୍ତ୍ରୀକୁ ସେ ଛାଡିଛନ୍ତି । ତାଙ୍କର ସରଳତା ପାଇଁ ସେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ ।

Leave A Reply

Your email address will not be published.