ରାଉରକେଲାରେ ‘ସୁରତରଙ୍ଗ’ର ୪୧ତମ ଅଡିସନ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗମ କଳା ଗୃପ ଦ୍ୱାରା ଓଡିଶାର ବିଭିନ୍ନ ସହରରେ ଆୟୋଜିତ ଅଡିସନ ଶୃଙ୍ଖଳାର ଅଂଶ ଭାବେ ରାଉରକେଲାର ସେକ୍ଟର ୧୬ ସ୍ଥିତ ସରକାରୀ ହାଇସ୍କୁଲ ଠାରେ ଭାରତର ବୃହତ୍ତମ ସଂଗୀତ ପ୍ରତିଯୋଗିତା ସୁରତରଙ୍ଗର ୪୧ତମ ସଂଗୀତ ଅଡିସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ହିନ୍ଦୁସ୍ଥାନ ଫେଡେରେସନ ଅଫ୍ ଇଣ୍ଡିଆ (ଏଚଏଫଆଇ)ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ରାଜ୍ୟ ସଂଯୋଜକ ସୁରେଶ କୁମାର ନନ୍ଦଙ୍କ ସଂଯୋଜନା ଓ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ତୃପ୍ତିମୟୀ ଦ୍ୱିବେଦୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି କୁଞ୍ଜବିହାରୀ ରାଉତ, ସଂଗମ କଳା ଗୃପର ରାଜ୍ୟ ମୁଖ୍ୟ ରାଜଦୀପ ମହାନ୍ତି, ଏଚଏଫଆଇର ସଭାପତି ଅମିତ ମାଇତି ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ସମସ୍ତ ଅତିଥି ସେମାନଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ଏହା ସହାୟକ ହେବ ବୋଲି ମତ ରଖିଥିଲେ । ଏହି ଅବସରରେ ମୁଖ୍ୟଅତିଥିଙ୍କୁ ହାଇସ୍କୁଲ ଓ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଚୟନିତ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ଫାଇନାଲ୍‌ରେ ପ୍ରତିଯୋଗିତା କରିବେ ଏବଂ ରାଜ୍ୟସ୍ତରୀୟ ବିଜେତାମାନେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ କାର୍ଯ୍ୟକ୍ରମରେ ଅଭିନୟ ସୁଯୋଗ ପାଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିବେ । ଆଜିର ଏହି କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାକୁ ଅନୁଷ୍ଠାନର ରାଜ୍ୟ ସାଂସ୍କୃତିକ ମୁଖ୍ୟ ବି. ମାନସୀ, ଉପସଭାପତି ରାକେଶ ସିଂ, ଶ୍ରୀନିବାସ ପ୍ରଧାନ, ଅବିନାଶ ପ୍ରଧାନ କବିତା ବିନ୍ଧାଣୀ, ସମାଜସେବୀ ମନୋଜ ସ୍ୱାଇଁ, ଗୌତମ ବଡା, ଦୀପକ ସାହୁ, ପୁଷ୍ପଲତା ସାହୁ, ପ୍ରତିଭା ଚମ୍ପାତି, ବାବୁନୀ ବାରିକ, କେ.ପି. ରାଜେଶ ଶ୍ରୀ ଝୋନୀ, ରଫିକ, ପ୍ରଣତି ବାରିକ, ବିଦ୍ୟାଳୟ ତରଫରୁ ପ୍ରଶାନ୍ତ ପଣ୍ଡା, ଜିତେନ୍ଦ୍ର ସାହୁ, ମୁଗ୍ଧାରାଣୀ ସାମଲ, ରୀନା ବେହେରା, ସୌଦାମିନୀ ମହନ୍ତ, ସାଶ୍ୱତୀ ପଣ୍ଡା, ଆଲ୍ବିନୋସ୍ ଖାଲ୍‌କୋ, ସିପ୍ରା ସାହୁ, ଅଶୋକ ନାୟକ, ମଞ୍ଜନ ଧରୁଆ, କୃଷ୍ଣ ଦାସ, ସୁପ୍ରିୟା ତରାଇ, ମଧୁସ୍ମିତା ସାମଲ ଓ ରାଜଶ୍ରୀ ସାହୁ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ କରାଯାଇଥିଲା ।

Leave A Reply

Your email address will not be published.