ସାଲେଭଟା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଙ୍ଗଳ ଓ ବନ୍ୟଜନ୍ତୁ ସୁରକ୍ଷା କର୍ମଶାଳା ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋାଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସାଲେଭଟା ଫରେଷ୍ଟର ଚୌଧୁରୀ ଦଳପତି, ସିଆରସିସି ସଦାନନ୍ଦ ଭୁଏ ଓ ସେମେଲମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ନନ୍ଦ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସାଂପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ସୁରକ୍ଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ଆଗାମୀ ଭବିଷ୍ୟତରେ ପୃଥିବୀକୁ ବଞ୍ଚାଇ ରଖିବାକୁ ହେଲେ ବୃକ୍ଷରୋପଣ, ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ହିଁ ବିକଳ୍ପ ବୋଲି ବୁଝାଇଥିଲେ । ମାଆଙ୍କ ପାଇଁ ଗଛ ଟିଏ ଲଗାଇ ତାର ସୁରକ୍ଷା କରିବାକୁ ବୁଝାଇଥିଲେ । ତା’ପରେ ପିଲାମାନେ ସଚେତନତା ମୂଳକ ପ୍ଲାକାର୍ଡ, ବ୍ୟାନର ଓ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ । ସ୍କୁଲ ପରିସରରେ ଫରେଷ୍ଟର ଚୌଧୁରି ଦଳପତି ବୃକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଗୋବିନ୍ଦ ସାହୁ, ଦିଲ୍ଲୀପ କୁମାର ଥନାପତି, ରାଜ କିଶୋର ମହାକୁର , ମନ୍ଟେସ କୁମାର ସାହୁ, ପିଙ୍କି କର୍ଣ୍ଣ, ପରିବେଶ ପ୍ରେମୀ ଡୋଲାମଣି ସାହୁ, ଋଷଭ ପଧାନ, ଜଙ୍ଗଲ ସୁରକ୍ଷା ସ୍କାଏଡ ସଦସ୍ୟ ସନ୍ତୋଷ କୁମାର ରାଉତ ବିଦ୍ୟାଳୟ ସଭାପତି ବିପିନ ସାହୁ ଓ ସ୍କୁଲ କମିଟି ସଭ୍ୟସଭ୍ୟା ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ପିଙ୍କି କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ ।