pakka

ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଅନୁଷ୍ଠିତ

bbehera

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ବାଳିକା ଉଚ୍ଚ ବିଦ୍ୟାଳୟ ତୁଷୁରାଠାରେ ସେପ୍ଟେମ୍ବର ୩୦ ତାରିଖ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ତୁଷୁରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭକ୍ତ ଚରଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତୁଷୁରା ଏନ୍.ଏ.ସି. ଅଧ୍ୟକ୍ଷ ଅଜୟ ଜୟଶ୍ଵାଲ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବିଶିଷ୍ଟ ଅତିଥି ଭାବେ ତୁଷୁରା ଥାନା ଆଇ.ଆଇ.ସି ସଞ୍ଜିବ କୁମାର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ହରିହର ସାହୁ ଓ ଗୁଡଭେଲା ବ୍ଲକ୍ ଏ ବି.ଇ.ଓ ବିପିନ ବାଗ ଯୋଗଦେଇ ସୁରଭିର ଉଦ୍ଦେଶ୍ୟ ସଂପର୍କରେ ଶିଶୁ ମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ତୁଷୁରା କ୍ଲଷ୍ଟର୍ ସି.ଆର୍.ସି.ସି ଜଗମୋହନ ତ୍ରିପାଠୀ ବିବରଣୀ ପାଠ କରିଥିଲେ ଓ ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ନିବେଦିତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ତୁଷୁରା କ୍ଲଷ୍ଟର୍ ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଗାଇଡ୍ ଶିକ୍ଷକମାନେ ସହଯୋଗ କରିଥିଲେ । ଏଥିରେ କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ପ୍ରବନ୍ଧ, ବକ୍ତୃତା, ବିତର୍କ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ସଙ୍ଗୀତ, ମଧ୍ୟାହ୍ନ ଭୋଜନ ସଂପର୍କିତ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତା, ମିଲେଟସ୍ ପ୍ରତିଯୋଗିତା ଓ ଦଳଗତ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଯେଉଁ ପ୍ରତିଯୋଗୀମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ବ୍ଲକ୍ ସ୍ତରରେ ଅଂଶ ଗ୍ରହଣ କରିବେ । ଗତବର୍ଷର ଦଶମ ବୋର୍ଡ଼ ଓ ଦ୍ବାଦଶ ବୋର୍ଡ଼ ପରୀକ୍ଷାର ଟପ୍ପରଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଚାକିରିରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଊମାକାନ୍ତ ବଗର୍ତ୍ତୀ, ପ୍ରତିଭା ସାହୁ, ଚନ୍ଦନା ସ୍ଵାଇଁ ତଥା ସେବକ ପବିତ୍ର ମୋହନ ବେହେରା ଓ ପ୍ରେମ ସାଗର ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

jay balangir
Leave A Reply

Your email address will not be published.

5 × four =