pakka

ଭୀମ ଭୋଇ ମେଡିକାଲ ହସ୍ପିଟାଲରେ ଏକ୍ସପାଏରୀ ମେଡିସିନ ଖାଇ ଜଣେ ରୋଗୀ ଅସୁସ୍ଥ ଅଭିଯୋଗ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲରେ ଏକ୍ସପାଏରୀ ମେଡିସିନ । ଦେଓଗାଁ ବ୍ଲକ ଫଗମୁଣ୍ଡା ଗାଁର ମଙ୍ଗନ ରାଏ ପ୍ରବଳ କାଶ ହେବାରୁ ଗତ ୨୭ ତାରିଖରେ ଆଉଟ୍‌ଡୋର୍‌ରେ ଡାକ୍ତରଙ୍କୁ ଦେଖାଇ ମେଡିସିନ ନିରାମୟ କାଉଣ୍ଟରରୁ ଔଷଧ ଆଣି ଖାଇଥିଲେ । ଔଷଧ ଖାଇବା ପରେ ଦେହ ଆହୁରି ବିଗିଡିଗଲା । ଫଳରେ ଉପରଝର ସିଏଚ୍‌ସିରେ ଥିବା ଡାକ୍ତରଙ୍କୁ ଦେଖାଇବାରୁ ଏହା ଏକ୍ସପାଏରୀ ମେଡିସିନ ବୋଲି କହିଥିଲେ । କାଶ ସିରପ୍ ଉପରେ ଏକ୍ସପାଏରୀ ତାରିଖ ସେପ୍ଟେମ୍ବର ୨୦୨୨ ବୋଲି ଉଲ୍ଲେଖ ରହିଛି । ଫଳରେ ଏକ୍ସପାଏରୀ ମେଡିସିନ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଦେଇଥିବାରୁ ଘଟଣାର ତଦନ୍ତ କରିବା ସହ ଏକ୍ସପାରୀ ମେଡିସିନ ଦେଇଥିବା ମେଡିକାଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ମଙ୍ଗନ ରାଏ । ବଲାଙ୍ଗିର ସିଡିଏମ୍‌ଓ ଅଫିସକୁ ଯାଇ ଅଭିଯୋଗ କରିବା ପରେ ସିଡିଏମ୍‌ଓ ମେଡିସିନ୍‌ ଖାଇଛ କି ନାହିଁ ବୋଲି ରାଣ ପକାଇବାକୁ କହିବା ସହ ମୁଁ ପୁରା ବୋତଲ ପିଇଦେବି ମୋର କିଛି ହେବନି ବୋଲି କହିଥିଲେ ଇନଚାର୍ଜ ସିଡିଏମ୍‌ଓ । ଏହି କାଶ ସିରପ୍‌ରେ ସେପରି ଦେହ କିଛି ହେବ ନାହିଁ ବୋଲି ସିଡିଏମ୍‌ଓ କହିଥିଲେ ।

jay balangir
Leave A Reply

Your email address will not be published.

20 − ten =