lika

୬ଟି ‌ବ୍ଲକର ଦ୍ୱିତୀୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ୟ୍ୟନ୍ତ ସୁଖିଲା ଖାଦ୍ୟ ବଣ୍ଟନ

gbag

ପଦ୍ମପୁର, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ୧୨ ଟି ବ୍ଲକର ଗରିବ ଆଦିବାସୀ ଶ୍ରେଣୀର ପୁଅ ଝିଅମାନେ ଭୁବନେ‌ଶ୍ୱର କିସ୍ ବିଶ୍ୱବିଦ୍ୟାଳୟ ଠାରେ କେଜିରୁ ପିଜି ପର୍ୟ୍ୟନ୍ତ ସମ୍ପୁର୍ଣ୍ଣ ମାଗଣାରେ ପାଠ ପଢ଼ୁଛନ୍ତି । ହେଲେ କରୋନା ମହାମାରୀ ବିପଦ ସାରା ବି‌ଶ୍ୱରେ ବ୍ୟାପି ଥିବାରୁ, ସବୁ ସ୍କୁଲ କଲେଜ ବନ୍ଦ ଥିବାରୁ, କିସ୍ କିଟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼କ୍ଟର ଅଚ୍ୟୁତ ସାମନ୍ତ ଦଶମ ପର୍ୟ୍ୟାୟର ସୁଖିଲା ଖାଦ୍ୟ ଚୁଡ଼ା, ଚ଼ିନି, ବିସ୍କୁଟ୍, ଡ଼ାଲି, ସୁଜି, ସାବୁନ୍ ଇତ୍ୟାଦି ଜିନିଷମାନେ ‌ଦ୍ୱିତୀୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ୟ୍ୟନ୍ତ ବରଗଡ଼ ଜିଲ୍ଲାକୁ ପଠାଇ ଥିବାରୁ ଆଜି ସୋହେଲା ବ୍ଲକ, ବିଜେପୁର ବ୍ଲକ୍, ଗାଇସିଲେଟ ‌ବ୍ଲକ, ପଦ୍ମପୁର ବ୍ଲକ, ପାଇକମାଲ୍ ବ୍ଲକ, ଝାରବନ୍ଧ ବ୍ଲକକୁ ବଣ୍ଟନ କରାଗଲା । କିସର ଷ୍ଟାପ୍ ବରଗଡ଼ ଜିଲ୍ଲାର ସଯୋଂଜୟ ନିକାଶ ଚନ୍ଦ୍ର ଷଢ଼ଙ୍ଗୀ, ସଦାନନ୍ଦ ବାରିକ, ସତ୍ୟବାନ ବରିହା, କିସ୍ ଅଭିଭାବକ ସଂଘର ଜିଲ୍ଲା ସଂପାଦକ ତ୍ରିଲୋଚନ ଭୁଏ, ସୋହେଲା ବ୍ଲକର ଉମାକାନ୍ତ ମଲ୍ଲିକ, ବିନୋଦିନୀ ନାଏକ, ବିଜେପୁର ବ୍ଲକର ଗଜିନ୍ଦ୍ର ବରିହା, ଗାଇସିଲେଟ ବ୍ଲକର ମନୋଜ୍ ବୁଡ଼େକ୍, ମିଥିର୍ଲା ବୁଡ଼େକ୍, ପଦ୍ମପୁର ବ୍ଲକର ଝରଣା ଭୁଏ, ଗିତାରାଣି ଧରୁଆ, ପାଇକମାଲ ବ୍ଲକର ନୀଲେଶ୍ୱର ଭୁଏ, ନାରାୟଣ ଭୁଏ, ଝାରବନ୍ଧର ବ୍ଲକ୍ ସଭାପତି ମାନଭଞ୍ଜନ ମିର୍ଦ୍ଧା, ବ୍ଲକ୍ ସଂପାଦକ ତିଲକରାମ୍ ବରିହା, ଦଶରଥ ବରିହା ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.