ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ବ୍ୟୋମକେଶ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ନିଶି ପୁନମ୍ ମିଂଜ୍‌ ଅତିଥି ଭାବେ ଯୋଗଦେଇ ଜାତୀୟ ପ୍ରେସ୍ ଦିବସର ଅନୁଚିନ୍ତା ଓ ଦେଶର ବିକାଶରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ “ମହାମାରୀ ସମୟରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନ” ଶୀର୍ଷକରେ ଆୟୋଜିତ କଥାଚକ୍ରରେ ସାମ୍ବାଦିକ ସ୍ୱାଧୀନ ମେହେର କରୋନା ସମୟରେ ସାମ୍ବାଦିକମାନେ ସାମ୍ନା କରିଥିବା ଆହ୍ୱାନ, କର୍ତ୍ତବ୍ୟ ଓ ବଳିଦାନ ଉପରେ ଆଲୋଚନା କରିଥିଲେ । କୋଭିଡ୍ – ୧୯ରେ ସଂକ୍ରମିତ ହୋଇ ସାରାଦେଶରେ ମୃତ୍ୟୁ ବରଣ କରିଥିବା ଦିବଂଗତ ସାମ୍ବାଦିକଙ୍କ ପାଇଁ ଏକ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.

nine + three =