ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଏକ ଶୈକ୍ଷିକ ପରିଭ୍ରମଣ ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ଡକ୍ଟର ଅନ୍ତର୍ଯ୍ୟାମୀ ନାଏକ, ଅଧ୍ୟାପକ ରାଧେଶ୍ୟାମ ଯୋଷୀ ଓ ଅଧ୍ୟାପିକା ରିୟା ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଭାଗର ୨୫ଜଣ ଛାତ୍ରଛାତ୍ରୀ ଉକ୍ତ ଶୈକ୍ଷିକ ପରିଭ୍ରମଣରେ ସାମିଲ ହୋଇଥିଲେ । ଏମାନେ ପ୍ରଥମେ ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ଓ ପରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ପରିଦର୍ଶନ କରି ସେଠାରେ ତଥ୍ୟ ଭିତ୍ତିକ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପରଦିନ ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ମନ୍ଦିର ଦର୍ଶନ କରିଥିଲେ ଓ ଉଭୟ ସ୍ଥାନର ସମୁଦ୍ର କୂଳରେ ସାମୁଦ୍ରିକ ଜୀବ ସଂପର୍କରେ ଆଲୋଚନା କରିଥିଲେ । ଶୈକ୍ଷିକ ପରିଭ୍ରମଣକୁ ସଫଳତାର ସହ ସମାପ୍ତ କରି ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିବା ପରେ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।