pakka

ଡାଙ୍ଗବାହାଲ ପଞ୍ଚାୟତରେ ବିଶ୍ଵ ସ୍ତନ୍ୟପାନ ଦିବସ ପାଳିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅଞ୍ଚଳରେ ସ୍ତନ୍ୟପାନ ସପ୍ତାହ ସଚେତନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ପରିପେକ୍ଷୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲୀ ଆଲୋକ ପାଠାଗାର ନୂଆଗାଁ (ଖ) ତରଫରୁ ଡାଙ୍ଗବାହାଲ ପଞ୍ଚାୟତ ଅଧିନସ୍ଥ ଛୁଆଁଲିଉଦର, ଦମକିମାଲି ଓ ଡାଙ୍ଗବାହାଲ ଗ୍ରାମରେ ସ୍ତନ୍ୟପାନ ସଚେତନ ଦିବସ ପାଳିତ ହୋଇଯାଇଛି । ସ୍ତନ୍ୟପାନ ପାଇଁ ପଦକ୍ଷେପ ନେଇ ଏକ ସୁସ୍ଥ ସମାଜ ଗଠନ ଦିଗରେ ସମାଜକୁ ବାର୍ତ୍ତା ଦେବା ସହିତ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପଲ୍ଲୀ ଆଲୋକ ପାଠାଗାର ତରଫରୁ ସଚେତନ କରାଯାଇଛି । ଆୟୋଜନ କାର୍ଯ୍ୟକ୍ରମରେ ଗ୍ରାମର କିଶୋରୀ, ଗର୍ଭବତୀ ଓ ପ୍ରସୂତି ମା’ମାନେ ସଂକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପଲ୍ଲି ଆଲୋକ ପାଠାଗାରର କର୍ମୀ ବିଶ୍ଵାମିତ୍ର ସେଠଙ୍କ ସମେତ ଅଙ୍ଗନୱାଡି କର୍ମୀ ଲକ୍ଷ୍ମୀ ତାଣ୍ଡି, ଯାଜ୍ଞସେନୀ ପାଣିଗ୍ରାହୀ, ରିଙ୍କି ନନ୍ଦ, ଲୋଚନା ସାହୁ, ଆରତୀ ତାଣ୍ଡି, ବନୀତା ଭୋଇ ଅଂଶ ଗ୍ରହଣ କରିଥିଲେ । ଲିଲିମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

sixteen − 14 =

error: Content is protected !!