pakka

ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ମାଇକ୍ରୋଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ ଘଟଣାରେ ୪ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବେଲପଡା ବ୍ଲକ କପାଣି ଗାଁର କ୍ଷୀତିଚନ୍ଦ୍ର ବେହେରା ଲାଠୋରରେ ଏକ ମାଇକ୍ରୋଫାଇନାନ୍ସ କମ୍ପାନିରେ କାମ କରୁଥିବା ବେଳେ ଗତ ୪/୮/୨୨ ତାରିଖ ଦିନ ୪ଟା ସମୟରେ କପସିପାଲି ଗାଁରୁ ଲାଠୋରକୁ ମୋଟର ସାଇକେଲରେ ଯାଉଥିବା ସମୟରେ ଏକ କଳା ବୁଲେଟରେ ତିନିଜଣ ଲୁଟେରା କ୍ଷୀତିଚନ୍ଦ୍ର ବେହେରାଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇ ପାଖରେ ଥିବା ଟଙ୍କା ମୋବାଇଲ, ଟାବ୍‌ଲେଟ ଓ କାଗଜପତ୍ର ଲୁଟି ଫେରାର ମାରିଥିଲେ । ଏନେଇ ଲୁଟର ଶିକାର ଯୁବକ ଜଣକ ଖପ୍ରାଖୋଲରେ ଜଣାଇଥିଲେ । ଅଭିଯୋଗକୁ ଭିତ୍ତି କରି ଖପ୍ରାଖୋଲ କେସ୍‌ ନଂ ୯୭/୨୨ ୟୁ/ଏସ୍ ୩୯୨ ଆଇପିସି ସେକ୍‌ସନ୍‌ ୩୯୫ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ୪ ଜଣ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୫ ଶହ ଟଙ୍କା, ୯ଟି ମୋବାଇଲ, ୨ଟି ସାମସଙ୍ଗ୍‌ ଟାବ୍‌ଲେଟ, ୩ଟି ମୋଟର ସାଇକେଲ ବ୍ଲାକ ବୁଲେଟ ଓଡିଓ୨ଏଏମ୍-୨୯୪୪, ଲାଲ ଓ କଳା ରଙ୍ଗର ପଲସର ଓଡି୩୧ଜି-୮୧୨୮, ଲାଲ ରଙ୍ଗର ସିଡିଡିଲକ୍ସ ଓଡି୧୭ଆର୍-୪୫୭୧, ୬ଟି ଡିଏସ୍‌ଏଲ୍‌ଆର୍ କେମେରା, ୨ଟି ନିକନ ଡି ୭୫୦ ଡିଏସ୍‌ଏଲ୍‌ଆର କେମେରା, ଇଏସ୍‌ଓ କେନନ କେମେରା ୩ ଟି, ନିକନ୍‌ କେମେରା ୪ଟି କେମେରା ସହ କିଛି ଇଲୋକ୍ଟ୍ରେନିକ୍‌ ସାମଗ୍ରୀ ଜବତ କରିଥିବା ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

2 × 4 =

error: Content is protected !!