pakka

ଏକତା ବଳରେ ସବୁ କିଛି ସମ୍ଭବ : ନିଜ ରାସ୍ତା ନିଜେ ନିର୍ମାଣ କଲେ ଅଞ୍ଚଳବାସୀ, ଅଞ୍ଚଳବାସୀଙ୍କ ପ୍ରଶଂସନୀୟ ଶ୍ରମଦାନ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ଅବହେଳିତ ନିଲିଜିବାହିଲରୁ ବୁଦାମୁଣ୍ଡା ରାସ୍ତାକୁ ନିଲିଜିବାହାଲ, ତୁର୍ଲାମାଲ, ଖଲିଆ ଆଦି ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ମିଳିତ ସହଯୋଗ ଓ ଶ୍ରମଦାନ କରି ଗାଁକୁ ସଂଯୋଗ କରୁଥିବା ନିଲିଜିବାହାଲ – ବୁଦାମୁଣ୍ଡା ୧ କି.ମି. ରାସ୍ତାର ମରାମତି କରିଛନ୍ତି । ଏହି ଶ୍ରମଦାନରେ ଗ୍ରାମର ବାଳକ ଠୁ ବୃଦ୍ଧବୃଦ୍ଧା, ମହିଳା ପୁରୁଷ ସମସ୍ତେ ସାମିଲ ହୋଇ ଅବହେଳିତ ତଥା ଖାଲଖମା ପୂର୍ଣ୍ଣ ଏହି ରାସ୍ତାରେ ଏମୁଣ୍ଡରୁ ସେ ମୁଣ୍ଡ ଯାଏ ମାଟି ପକାଇ ସମତୁଲ କରିଦେଇ ଥିଲେ । ରାସ୍ତାଟି ଏବେ ଅନ୍ତତଃ ଯିବା ଆସିବା କରିବାରେ ଆଉ ବାଧକର ହେବନାହିଁ । ଶ୍ରମଦାନ କରିଥିବା ସମସ୍ତଙ୍କ ପାଇଁ ଅଞ୍ଚଳର କେତେ ଜଣ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହାୟତାରେ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଅଞ୍ଚଳବାସୀଙ୍କ ଏହି ଶ୍ରମଦାନ ଫଳରେ ନିଲିଜିବାହାଲ, ତୁର୍ଲାମାଲ, ଚକାମାଲ, କର୍ଲାମାଲ, ସାଲେପାଲି, ଖଲିଆ ଆଦି ଅଞ୍ଚଳର ଦୈନନ୍ଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଯାତ୍ରୀମାନେ ଭୋଗୁଥିବା କଷ୍ଟ ଦୂର ହୋଇପାରିଛି । ଏହା ସାଙ୍ଗକୁ ଜରୁରୀ ସେବା ସମୟରେ ଟେମ୍ପୁ ଚାରିଚକିଆ ଯାନବାଳାକୁ ଡାକିଲେ ରାସ୍ତାର ଦୂରାବସ୍ଥା ଯୋଗୁଁ ଅମଙ୍ଗ ହେଉଥିବା ସମସ୍ୟା ମଧ୍ୟ ଦୂରୀଭୂତ ହୋଇପାରିଛି । ବର୍ଷା ଦିନେ ଖାଲଖମା ପୂର୍ଣ୍ଣ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏଥିର ଛାତ୍ରଛାତ୍ରୀମାନେ ନିରାପଦରେ ଯାତାୟାତ କରିପାରିବେ । ଗୋଟିଏ ଦିନର ଶ୍ରମଦାନରେ ଦୈନନ୍ଦିନ ପଥକୁ ବିପଦମୁକ୍ତ କରି ପାରିଥିବା ଆନନ୍ଦରେ ଅଞ୍ଚଳବାସୀ ଶ୍ରମଦାନ କରି ଉପକୃତ ହୋଇଛନ୍ତି । ରାସ୍ତାର ମରାମତି କରାଯିବା ପାଇଁ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଠୁଁ ଆରମ୍ଭ କରି ବିଧାୟକ, ସାଂସଦଙ୍କ ଠାରେ ବାରମ୍ବାର ହାରିଗୁହାରି କରିବା ସତ୍ତ୍ୱେ ମରାମତି କରାନଯିବାରୁ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ଟ୍ରାକ୍ଟର, ଜେସିବି ଦେଇ ଥିବା ବେଳେ ଉର୍ସଗି କୃତ ସେବା ମନୋବଳ ରଖି ଆର୍ଥିକ ସହାୟତା କରାଇଥିଲେ । ଜଣାଶୁଣା ସମାଜସେବୀ, ଚାଷୀ ନେତା ଜତି ପ୍ରଧାନ, ସମାଜ ସେବୀ ଗିରିଧାରୀ ଭୋଇ, ମନୋଜ ଲୁହା, ହେମସାଗର ଭୋଇ, ବସନ୍ତ ଗରୁଡ, ପୂର୍ବତନ ସରପଞ୍ଚ ଧୂବଲେଶ୍ଵର ଭୋଇ, କାର୍ତ୍ତିକ ବିଶ୍ଵାଲ, କୌସ୍ତୁଭ ସାହୁ, ସୁରଥ ଦିପ, ଲୋକନାଥ ବୁଡେକ, ଦ୍ଵାରୁ ବରିହାଙ୍କ ଉଦ୍ୟମରେ ଗତ ୨୯/୧୧/୨୦୨୧ଦିନ ଅଞ୍ଚଳର ଅଧିବାସୀମାନଙ୍କୁ ନେଇ ଏକ ଗ୍ରାମସଭା ବସି ଶ୍ରମଦାନ ନିଷ୍ପତ୍ତିକୁ ନିଆଯାଇଥିବା ବେଳେ ଆଜି କାର୍ଯ୍ୟକାରୀ କରାଯାଇଥିଲା । ସମଗ୍ର ଅଞ୍ଚଳରେ ଏହି କାର୍ଯ୍ୟକୁ ନେଇ ଏକତା ବଳରେ ଗ୍ରାମ ତଥା ଅଞ୍ଚଳର ଉନ୍ନତି କିପରି କରାଯାଇ ପାରେ ତାହାର ଏହା ଏକ ଉଦାହରଣ ବୋଲି ଉଚ୍ଚ ପ୍ରଶଂସର ହେଉଛି ।

Leave A Reply

Your email address will not be published.

2 × 3 =