pakka

ଓମିକ୍ରନ୍ ପାଇଁ ରେଳ ବିଭାଗ ସତର୍କ, ଯାତ୍ରୀମାନଙ୍କୁ ଡିସ୍‌ପୋଜେବଲ୍ ଚାଦର-କମ୍ବଳ ଦିଆଯିବ

bbehera

ନୂଆଦିଲ୍ଲୀ : କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ୱେଷ୍ଟର୍ଣ୍ଣ ରେଲ୍‌ୱେ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କୁ ଡିସପୋଜେବଲ୍ ଲାଇଲନ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ଏହା ଚାରୋଟି ଟ୍ରେନରେ ଆରମ୍ଭ ହୋଇଛି । ରେଳବାଇ ଦ୍‌ଦ୍ୱାରା ଦିଆଯାଇଥିବା ଏହି ଡିସପୋଜେବଲ୍ ଲାଇଲନ୍ ପ୍ୟାକେଟରେ ଏକ କମ୍ବଳ, ତକିଆ ଏବଂ ଏହାର ଆବରଣ, ଏକ ଚାଦର, ମାସ୍କ, ସାନିଟାଇଜର ଏବଂ ନାପକିନ୍ ରହିବ ।

ୱେଷ୍ଟର୍ଣ୍ଣ ରେଲ୍‌ୱେ ଅନୁଯାୟୀ, ଅଗଷ୍ଟ କ୍ରାନ୍ତି, ରାଜଧାନୀ ଏକ୍ସପ୍ରେସ, ଗୋଲଡେନ୍ ଟେମ୍‌ପଲ୍‌ ଏକ୍ସପ୍ରେସ ଏବଂ ପଶ୍ଚିମ ଏକ୍ସପ୍ରେସ ୪ ଟି ଟ୍ରେନରେ ଏପରି ଡିସ୍‌ପୋଜେବଲ୍ ଲାଇଲନ୍ ଦିଆଯାଉଛି । ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏହି ଡିସ୍‌ପୋଜେବଲ୍ ଲାଇଲନ୍ ପ୍ୟାକେଟ୍ ମାତ୍ର ୧୫୦ ଟଙ୍କାରେ କିଣିପାରିବେ ।

ରେଳବାଇ ଅନୁଯାୟୀ, କରୋନାର ନୂତନ ଭାରିଆଣ୍ଟର ସଂକ୍ରମଣ ଆଶଂକାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହା କେବଳ ଯାତ୍ରୀମାନଙ୍କ ଘରୁ ଜିନିଷପତ୍ର ଆଣିବାକୁ ଥିବା ବୋଝକୁ ହ୍ରାସ କରିବ ନାହିଁ, ବରଂ ସେମାନଙ୍କୁ ଘରୁ ଆଣିବାକୁ ଭୁଲିଯିବାର ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ଆଉ ପଡିବ ନାହିଁ । କେବଳ ଏତିକି ନୁହେଁ, ଯାତ୍ରା ଶେଷ ହେବା ପରେ ରେଳବାଇ ନିଜେ ଏହାକୁ ବ୍ୟବହାର କରୁଥିବା ଯାତ୍ରୀମାନଙ୍କଠାରୁ ଡିସ୍‌ପୋଜେବଲ୍ ଲାଇଲନ୍ ସଂଗ୍ରହ କରି ଡ଼ିସ୍‌ପୋଜ୍‌ କରିବ, ଯେଉଁ କାରଣରୁ କରୋନା ସଂକ୍ରମଣ ବିସ୍ତାର ହେବାର ଆଶଙ୍କା ରହିବ ନାହିଁ ।

jay balangir
Leave A Reply

Your email address will not be published.

four − 1 =

error: Content is protected !!