
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଦୁଇ ସ୍ୱନାମଧନ୍ୟ ସାରସ୍ଵତ ସାଧକ – ଗିରି ଦଣ୍ଡସେନା ଏବଂ କବିବର ପରିଡ଼ାଙ୍କ ବିୟୋଗରେ ସ୍ୱସ୍ତି ସାହିତ୍ୟ ସଂସଦ ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ କକ୍ଷରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ରାଜୀବ ପାଣି, ନବଘନ ସାହୁ ଏବଂ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ଉଭୟ ଦିବଂଗତ ସାଧକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଧୂପ ପ୍ରଜ୍ୱଳନ ପରେ ଉଭୟଙ୍କ ଆତ୍ମାର ସଦଗତି ପାଇଁ ଏକ ମିନିଟ୍ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱସ୍ତିର ସାଧାରଣ ସମ୍ପାଦକ ରାଜୀବ ପାଣି ମଞ୍ଚ ପରିଚାଳନା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ଅବସରରେ କହିଲେ ଯେ, ଉଭୟଙ୍କ ବିୟୋଗ ସମଗ୍ର ଓଡ଼ିଶା, ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲାର ସାରସ୍ଵତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଶଙ୍କର ପ୍ରସାଦ ତ୍ରିପାଠୀ, ନବଘନ ସାହୁ, ଲକ୍ଷ୍ମଣ ନାଥ ଦାସ, ହରିହର ନାୟକ, ମନୋରଞ୍ଜନ ଦାଶ, କୈଳାସ ଚନ୍ଦ୍ର ପାଣିଗ୍ରାହୀ, ମିହିର ରାୟ, ଅନୀଲ କୁମାର ଦାଶ, ବିଜୟ କୁମାର ପାତ୍ର, ଡ. ଶକ୍ତି ପ୍ରସାଦ ସାମନ୍ତରାୟ, ନୃସିଂହ ଚରଣ ବିଶ୍ବାଳ, ଅଶୋକ କୁମାର ପଟ୍ଟନାୟକ, କିଶୋରୀ ମୋହନ କର, ଅଜୟ କୁମାର ମହାନ୍ତି, ଶରତ କୁମାର ଦାସ, ରବିନାରାୟଣ ସିଂହ, ଲକ୍ଷ୍ମୀ ଚରଣ ପଣ୍ଡା ପ୍ରମୁଖ ଉଭୟ ଦିବଂଗତ ସାଧକଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।