csstore

ଜୟପାଟଣାରେ ବିଜେଡିର ବିଶାଳ ମୋଟରସାଇକେଲ ଶୋଭାଯାତ୍ରା

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାର ରାଜନୈତିକ ମାହୋଲରେ ହଠାତ୍ ତାତି ଉଠି ଥିବାବେଳେ କଂଗ୍ରେସର ରଣହୁଙ୍କାରକୁ ପ୍ରତିହତ କରିବା ପାଇଁ ବିଜେଡି ଯୁବବାହିନୀର ମୋଟରସାଇକେଲ ଶୋଭାଯାତ୍ରା ପ୍ରତିପକ୍ଷଙ୍କ ପାଇଁ ଏକ ସନ୍ଦେଶ ସୃଷ୍ଟି କରିଛି ବୋଲି ଆଲୋଚନା ହେଉଛି । କଂଗ୍ରେସ ଦ୍ଵାରା ଆୟୋଜିତ ପଟୁଆର ଜୟପାଟଣା ରାଜଦାଣ୍ଡରେ ଗର୍ଜନ କରି ଆଗକୁ ବଢ଼ି ଚାଲିଥିବା ବେଳେ ବିଜେଡି ଯୁବବାହିନୀ ଦ୍ଵାରା ସମାନ୍ତରାଳ ମୋଟରସାଇକେଲ ପଟୁଆର ଆଗାମୀ ଲାଞ୍ଜିଗଡ ବିଧାନ ସଭା ନିର୍ବାଚନ ପାଇଁ ଏକ ରୋଚକ ସ୍ଥିତି ଉତ୍ପନ୍ନ କରିବ ବୋଲି ସାଧାରଣ ଭୋଟରଙ୍କ ମଧ୍ୟରେ ଆଲୋଚନା ହେଉଛି । ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ପଟୁଆରର ମଙ୍ଗ ଧରିଥିବା ବେଳେ ବରିଷ୍ଠ ନେତା ଜିତେନ୍ଦ୍ର ନାରାୟଣ ସିଂହଦେଓଙ୍କ ସମେତ ଶତାଧିକ କର୍ମୀ ପଟୁଆରରେ ସାମିଲ ହୋଇଥିଲେ । ସ୍ଥାନୀୟ ଠାକୁରାଣୀ ମନ୍ଦିର ନିକଟରୁ ପଟୁଆର ବାହାରି ଖଲିଆଭଟାଠାରେ ସମରୋପ କରାଯାଇଥିଲା ।

jayashree
Leave A Reply

Your email address will not be published.