pakka

ପଙ୍ଗନିଆ, ତଳିପଡାରେ ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ପଙ୍ଗନିଆ ଗ୍ରାମ ତଳିପଡ଼ାରେ ଚାଲିଥିବା ୧୬ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଏହି ନାମଯଜ୍ଞରେ କର୍ତ୍ତା ରୂପେ ମହେଶ୍ୱର ନାଗ ଓ ତାଙ୍କ ଧର୍ମପତ୍ନୀ ହାରାବତୀ ନାଗ ଥିବାବେଳେ ପୂଜକ ରୂପେ ଜୟପ୍ରକାଶ ଦାସ ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ପଙ୍ଗନିଆ ସମେତ ଗମ୍ଭାରୀଖୋଲା, ପେଣ୍ଡରାବନ୍ଧ(ଝିଅ), ଦନ୍ଦରାବାହାଲ, ବଡ଼ସାଇମରା, ସିହିନୀ, ମାକ୍ରିପଡା(ଝିଅ) ଓ ଛତିଶଗଡର ମଖାଗୁଡ଼ା ସଙ୍କୀର୍ତ୍ତନ୍ୟ ଦଳ ପକ୍ଷରୁ ହରେକୃଷ୍ଣ ହରେରାମ ନାମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ସହ ଅନ୍ୟମାନେ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇଥିଲେ । ଗ୍ରାମର ମନୋଜ କୁମାର ନାଗ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ହସମୁଖ ନାଗ, ଭରତ ହେର୍ଣ୍ଣା, ଲିଙ୍ଗରାଜ ନାଗ, ସାଗର ଛତ୍ରିଆ, ଉପେନ୍ଦ୍ର ହେର୍ଣ୍ଣା, ସତ୍ୟବାନ ନାଗ, ଭୁବନ ହେର୍ଣ୍ଣା, ମହାଦେବ ହେର୍ଣ୍ଣାଙ୍କ ସହ ସମସ୍ତ ଗ୍ରାମବାସୀ ଓ ଶ୍ରଦ୍ଧାଳୁ ମହିଳାମାନେ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

3 × 5 =