pakka

ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ଦାବି ନେଇ ବଙ୍ଗୋମୁଣ୍ଡା ପଞ୍ଚାୟତବାସୀଙ୍କ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ ଆମରଣ ଅନଶନ କରାଯାଇଛି । ବଙ୍ଗୋମୁଣ୍ଡାର ସରପଞ୍ଚ ଅଜିତ କୁମାର ଯୋଶୀ, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସନ୍ତୋଷ ତ୍ରିପାଠୀ, ରୋୟଲ ଜୈନ ମୋଟ ୪ ଜଣ ମିଶି ଅନଶନ କରୁଥିବା ବେଳେ ବଙ୍ଗୋମୁଣ୍ଡା ପଞ୍ଚାୟତର ବିଭିନ୍ନ ସଂଗଠନ ଓ ପଞ୍ଚାୟତବାସୀ ସମର୍ଥନ କରିଛନ୍ତି । ବଙ୍ଗୋମୁଣ୍ଡାକୁ ଏନ୍‌ଏସି ନକରାଯାଇ ଅଣଦେଖା କରିଥିବା ବେଳେ ଦୀର୍ଘ ବର୍ଷ ହେଲା ବଙ୍ଗୋମୁଣ୍ଡାକୁ ଏନ୍‌ଏସି ଦାବି ନେଇ ଆନ୍ଦୋଳନ କରାଯାଇଥିଲା ହେଲେ ନୂତନ ଏନ୍‌ଏସି ଘୋଷଣାରେ ବଙ୍ଗୋମୁଣ୍ଡା ନାମ ନଥିବାରୁ ଅଞ୍ଚଳବାସୀ ନିରାଶ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକରେ ଥିବା ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇ ପ୍ରତିବାଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ପ୍ରଥମେ ମାଟି ପରେ ପାର୍ଟି ବୋଲି ରାଜନୈତିକ ଦଳ ଗୁଡିକ ପକ୍ଷରୁ ଚେତାବନୀ ଦିଆଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପୋଲିସ ମୁତୟନ ଥିବାବେଳେ, ଘଟଣା ସ୍ଥଳରେ କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସହ ପୋଲିସ ମୁତୟନ ହୋଇଛନ୍ତି । ଆଗାମୀ ଦିନରେ ଭୋଟ ବର୍ଜନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

jay balangir
Leave A Reply

Your email address will not be published.

2 × three =