pakka

ଆଇଏନ୍‌ଏସ୍‌ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚ୍ ପାସିଂ ଆଉଟ୍ ପ୍ୟାରେଡ

bbehera

ଭୁବନେଶ୍ୱର, (ପିଆଇବି) : ଆସନ୍ତା ୧୫ ତାରିଖରେ ଆଇଏନ୍ଏସ୍ ଚିଲିକାରେ ଅଗ୍ନିବୀରଙ୍କ ତୃତୀୟ ବ୍ୟାଚର ପାସିଂ ଆଉଟ୍ ପ୍ୟାରେଡ୍ (ପିଓପି) ଅନୁଷ୍ଠିତ ହେବ । ଏହି ପିଓପି ସହିତ ଚିଲିକାରେ କଠୋର ପ୍ରଶିକ୍ଷଣ ନେଇଥିବା ମହିଳା ଅଗ୍ନିବୀରଙ୍କ ସମେତ ପାଖାପାଖି ୨୬୦୦ ଅଗ୍ନିବୀରଙ୍କ ପ୍ରଶିକ୍ଷଣର ସଫଳ ସମାପନ ହେଉଛି । ନୌସେନା ମୁଖ୍ୟ ଆଡମିରାଲ ଆର୍‌. ହରି କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂର୍ଯ୍ୟାସ୍ତ ପରେ ପିଓପିର ସମୀକ୍ଷା କରିବେ । ଦକ୍ଷିଣ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାଇସ୍ ଆଡମିରାଲ ଭି. ଶ୍ରୀନିବାସ ମଧ୍ୟ ପିଓପି ପାଇଁ ଉପସ୍ଥିତ ରହିବେ । ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ପାସ ଆଉଟ୍ ଅଗ୍ନିବୀର ପାଠ୍ୟକ୍ରମର ଗର୍ବିତ ପରିବାର ସଦସ୍ୟମାନେ ଦେଖିବେ । ଏହାବ୍ୟତୀତ ଏହି ସମାରୋହରେ ବିଭିନ୍ନ ଉଚ୍ଚ ପଦସ୍ଥ ଭେଟେରାନ୍ ଓ କ୍ରୀଡ଼ାବିତ୍ ଉପସ୍ଥିତ ରହି ଅଗ୍ନିବୀରମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରେରଣା ପ୍ରଦାନ କରିବେ । ନୌସେନା ମୁଖ୍ୟ ଏହି ସମାରୋହରେ ଯୋଗଦେଇ ବିଭିନ୍ନ ବିଭାଗକୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିବା ସହ ଦ୍ୱିଭାଷିକ ପ୍ରଶିକ୍ଷାର୍ଥୀଙ୍କ ପତ୍ରିକା ‘ଅଙ୍କୁର’କୁ ଉନ୍ମୋଚନ କରିବେ ।

jay balangir
Leave A Reply

Your email address will not be published.

twenty − 19 =